ପୁରୀ : ଶନିବାର ସନ୍ଧ୍ୟାରେ ବଡ଼ଦେଉଳରେ ମହାପ୍ରଭଙ୍କୁ ଦର୍ଶନ କରିଥିଲେ ବାବା ବାଗେଶ୍ୱର। ଜୟ ବିଜୟ ଦ୍ବାର ନିକଟରେ ରତ୍ନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶିଷ ଲାଭା କରିଥିଲେ। ଶ୍ରୀ ବାଗେଶର ଜନ ସେବା ସେମିତି ଆନୁକୁଲ୍ୟରେ ଲାଇଟ ହାଉସ ସ୍ଥିତ ଏକ ହୋଟେଲ ପରିସରରେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ (ବାଗେଶର ବାବା)ଙ୍କ ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପ୍ରବଚନ ଆଜି ବି ଜାରି ରହିଛି। ଏହା ଗତ ୧୦ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରବଚନ ଶୁଣିବାକୁ ଲୋକଙ୍କ ଗହଳି ଲାଗୁଛି। ଏହି ୫ ଦିନିଆ ପ୍ରବଚନ କାର୍ଯ୍ୟକ୍ରମରେ ଶିବ ଲିଙ୍ଗ ନିର୍ମାଣ, ହନୁମାନ ଗାଥା ସହ , ଯଜ୍ଞ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତ ଯୋଗଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଶୋଭାଯାତ୍ରା ୧୦୦୮ ଶ୍ରୀ ବାଗେଶ୍ବର ଧାମ ଶିଷ୍ୟ/ଶିଷ୍ୟାମଣ୍ଡଳୀ ଓଡିଶା ତରଫରୁ ଅନୁଷ୍ଠିତ ହୋଇଛି ବୀରହରେକୃଷ୍ଣ ପୁର ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ହିନ୍ଦୁ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାରେ ୫୦୦୦ରୁ ଊର୍ଦ୍ଧ୍ୱ ଶିଷ୍ୟ ଶିଷ୍ୟା ଯୋଗଦାନ କରିଥିଲେ ।