ଲକ୍ଷ୍ମୀପୁର: ମଙ୍ଗଳବାର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇ ଯାଇଛି। ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ନଟ ମି ବଟ ୟୁ ‘ କହିବା ସହ କିପରି ଏହି ଜାତୀୟ ସେବା ଯୋଜନା ତଥା ଏନ୍ଏସ୍ଏସ୍ ରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଦେଶ ତଥା ସମାଜ ବିକାଶରେ ମୁଖ୍ଯ ଭୂମିକା ଗ୍ରହଣ କରିବେ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ସ୍ଵର୍ଗତ ଡଃ ପ୍ରକାଶ କୁମାର ସେନାପତିଙ୍କ ସ୍ମୃତିରେ ଏକ ମିନିଟର ନିରବ ପ୍ରାଥନା କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଦେଶର ବିକାଶ ଓ ଉନ୍ନତି ଦିଗରେ ଯୁବ ଗୋଷ୍ଠୀର କିପରି ମୂଖ୍ଯ ଭୂମିକା ରହିଛି ସେ ସମ୍ବନ୍ଧିତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାସହିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ବିଭାଗର ଯୁବ ରେଡକ୍ରସ ୟୁନିଟ୍ ଅଧିକାରୀ ଅଧ୍ୟାପକ ଯଶୋବନ୍ତ ଗରଡା, ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରିଣୀ ସନ୍ତୋଷିନୀ ଦାସ, ଅଧ୍ୟାପିକା ମହିମା ରାଣୀ ରାଜୁଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଦୁର୍ଯ୍ଯୋଧନ ସାହୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।