ମାଲକାନଗିରି ବାସୀଙ୍କ ପୂରଣ ହେବ ସ୍ୱପ୍ନ । ଜାନୁଆରୀରୁ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନ ସେବା ଆରମ୍ଭ ନେଇ ସବୁଜ ସଂକେତ ମିଳିଛି। ସଂପ୍ରତି ଅପରେଟର ଇଣ୍ଡିଆ ବିମାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯଦି ଷ୍ଟେକ ହୋଲଡରଙ୍କ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲେ, ତେବେ ଲୋକମାନେ, ବିଶେଷକରି ଓଡିଶାର ବିଭିନ୍ନ ସହରର ବାସିନ୍ଦା ତଥା ପର୍ଯ୍ୟଟକମାନେ ଆନ୍ଧ୍ରର ଉପକୂଳବର୍ତ୍ତୀ ସହରରୁ ମାଲକାନଗିରି ପର୍ଯ୍ୟନ୍ତ ଦ୍ରୁତ ଗତିରେ ଉଡି ଆସିପାରିବେ ବୋଲି କୁହାଯାଇଛି। ଆନ୍ଧ୍ରପ୍ରଦେଶ ଏୟାର ଟ୍ରାଭେଲର୍ସ ଆସୋସିଏସନର ପ୍ରତିନିଧି ନରେଶ କୁମାର କହିଛନ୍ତି ଯେ ବିଶାଖାପାଟନମରୁ ମାଲକାନଗିରି ଅଭିମୁଖେ ଯାତ୍ରାକୁ ସ୍ୱାଗତ କରୁଛୁ। ସେହିପରି ବିଶାଖାପାଟନମ୍ ଏବଂ ମାଲକାନଗିରି ମଧ୍ୟରେ ବିମାନ ଉଡ଼ାଣ ପ୍ରସ୍ତାବକୁ ସ୍ବାଗତ କରି ବିଶାଖାପାଟନମ୍ ବିମାନବନ୍ଦର ନିର୍ଦ୍ଦେଶକ ଏସ୍ ରାଜା ରେଡ୍ଡୀ କହିଛନ୍ତି ଯେ ହଁ ଆମେ ଅପରେଟର ଇଣ୍ଡିଆ ୱାନ୍ରୁ ବିମାନ ଉଡ଼ାଣ ପ୍ରସ୍ତାବ ପାଇଛୁ। ସବୁକିଛି ଅନୁମୋଦିତ ହେଲେ ସେବା ୨୦୨୫ ମସିହା ଜାନୁଆରିରୁ ଉଡାନ ଆରମ୍ଭ ହେବାର ସ୍ଥିର ହୋଇଛି। ଇଣ୍ଡିଆ ୱାନ୍ ଏୟାରଲାଇନସ ମଧ୍ୟ ଶୀଘ୍ର ବିମାନ ଚଳାଚଳ ପାଇଁ କାର୍ଯ୍ୟ କରୁଛି ବୋଲି ଜଣାପଡିଛି।ଜାନୁଆରି ୨୦୨୪ରେ ଆନୁଷ୍ଠାନିକ ଭାବେ ଖୋଲାଯାଇଥିବା ମାଲକାନଗିରି ବିମାନବନ୍ଦର ବର୍ତ୍ତମାନ ମନ୍ତ୍ରୀଙ୍କ ପରି ଅଣନିର୍ଦ୍ଧାରିତ ବିମାନ ଚଳାଚଳ କରୁଛି। ନଚେତ କୌଣସି ଜରୁରୀକାଳୀନ ସେବାରେ ହିଁ ବ୍ୟବହୃତ ହୋଇପାରୁଛି। ନିୟମିତ ଭାବେ ଯାତ୍ରୀମାନଙ୍କୁ ପରିବହନ କରୁଥିବା ବିମାନ ପରି ସେବା ଏଠାରେ ହେଉନାହିଁ। ଆମେ ବର୍ତ୍ତମାନ ବିମାନବନ୍ଦରର ଭିତ୍ତିଭୂମି ବିକାଶକୁ ପ୍ରଧାନ୍ୟ ଦେଉଛୁ ଏବଂ ଟେଣ୍ଡର ମଧ୍ୟ ଆବେଦନ କରାଯାଇଛି। ବିମାନବନ୍ଦର ନିର୍ଦ୍ଧାରିତ ବିମାନ ଉଡ଼ାଣ ପାଇଁ କେବେ ପ୍ରସ୍ତୁତ ହେବ ତାହା ଆକଳନ କରାଯାଉଛି।