ଟୋକିଓ: ଜାପାନରେ ରାଜନୈତିକ ଅସ୍ଥିରତା ଯୋଗୁଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ତାଙ୍କ କ୍ୟାବିନେଟ ସମେତ ଇସ୍ତଫା ପ୍ରଦାନ କରିଛନ୍ତି। ୨୦୨୧ରେ କିଶିଦା ଦାୟିତ୍ୱ ଗ୍ରହଣ କରିଥିବା କିଶିଦା ସରକାର ଦୁର୍ନୀତିରେ ବୁଡି ରହିଥିବା ଜଣା ପଡିବା ପରେ ଇସ୍ତଫା ଦେଇଥିବା ଜଣା ପଡିଛି। ତେବେ କିଶିଦାଙ୍କ ପରେ ତାଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଶିଗେରୁ ଇଶିବା ଦାୟିତ୍ୱ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଆସନ୍ତା ଅକ୍ଟୋବର ୨୭ରେ ଇଶିବା ସଂସଦ ନିର୍ବାଚନ କରିବାକୁ ଯୋଜନା କରିଥିବା ବେଳେ ଏହା ପରେ ସେ ଆନୁଷ୍ଠାନିକ ଭାବରେ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ।
ମଙ୍ଗଳବାର ସଂସଦରେ ଭୋଟ ଗ୍ରହଣ ହେବା ପରେ ଇଶିବା ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇପାରନ୍ତି ବୋଲି ଆଶା କରାଯାଉଛି। କାରଣ ସଂସଦରେ ତାଙ୍କ ଦଳର ପ୍ରାଧାନ୍ୟ ରହିଛି। ଏହି ପରିପ୍ରେକ୍ଷୀରେ କିଶିଦା ଏବଂ ତାଙ୍କ ମନ୍ତ୍ରୀମାନେ ସକାଳ କ୍ୟାବିନେଟ ବୈଠକରେ ଇସ୍ତଫା ଦେଇଥିବା ମୁଖ୍ୟ କ୍ୟାବିନେଟ ସଚିବ ୟୋସିମାସା ହାୟାଶି ସୂଚନା ଦେଇଛନ୍ତି।