ହରିୟାଣା: ହରିୟାଣା ବିଧାନସଭା ନିର୍ବାଚନରେ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ବିଜେପି ଏଠାରେ ମ୍ୟାଜିକ୍ ନମ୍ବର ପାର କରିସାରିଛି। ଏଠାରେ ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୫ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। ହରିୟାଣାରେ ବିଜେପିର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀ ଆଗୁଆ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ମଧ୍ୟ ଆଗୁଆ ରହିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଜୁଲାନାରେ ଆଗୁଆ ରହିଛନ୍ତି।
ତେବେ ହରିୟାଣାରେ ବିଜେପିକୁ ତୃତୀୟ ଥର କ୍ଷମତା ମିଳିବାନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । କିଛି ସମୟ ପୂର୍ବରୁ ହରିୟାଣାରେ ବହୁମତ ଉପରେ କଂଗ୍ରେସ ପକ୍ଷରୁ ସେଲିବ୍ରେସନ ହୋଇଥିବା ବେଳେ ବିଜେପି ମ୍ୟାଜିକ ନମ୍ବର ପାର କରିବା ପରେ ଏହି ସେଲିବ୍ରେସନ ବନ୍ଦ କରିଦେଇଥିଲା ।