ନୂଆଦିଲ୍ଲୀ: ଦେଶରେ ଧୀରେଧୀରେ ଶୀତର ଲହରୀ ଆରମ୍ଭ ହୋଇଯାଇଥିବା ବେଳେ ଜମ୍ମୁ କାଶ୍ମୀରରେ ପାରଦ ଆହୁରି ତଳକୁ ଖସି ମାଇନସ୍ ରେ ପହଁଚିଛି । ଏହାଫଳରେ ଗୁଲମର୍ଗ, ପହଲଗାମ ଏବଂ ସୋନମର୍ଗ ଆଦି ଅଞ୍ଚଳରେ ତାପାମାତ୍ରା ହ୍ରାସ ପାଇ ବରଫ ବୃଷ୍ଟି ହୋଇଛି ।
ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଲା-ନୀନାର ପ୍ରଭାବରେ ଭୀଷଣ ଥଣ୍ଡା ଅନୁଭୂତ ହେବା ସହିତ ବିଭିନ୍ନ ସ୍ଥାନରେ ବରଫ ବୃଷ୍ଟି ମଧ୍ୟ ହେବ। ମଙ୍ଗଳବାର ସକାଳ ସୁଦ୍ଧା ଜମ୍ମୁ ଓ କାଶ୍ମୀରରେ ସର୍ବନିମ୍ନ ତାପମାତ୍ରା -୯.୯୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହାସହ ସର୍ବୋଚ୍ଚ ତାପମାତ୍ରା -୭.୮୧ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା -୧୫.୫୬ ଡିଗ୍ରୀ ସେଲସିୟସ ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହାସହ ବାୟୁମଣ୍ଡଳର ଆଦ୍ରତା ପ୍ରାୟ ୨୪ ପ୍ରତିଶତ ଥିବା ବେଳେ ଵାୟୁପିରବାହାର ବେଗ ଘଣ୍ଟାପ୍ରତି ୨୪ କିଲୋମିଟର ରହିବା ନେଇ ଆକଳନ ହୋଇଛି। ସେହିପରି ବୁଧବାର ପାଇଁ ସେଠାରେ ସର୍ବୋଚ୍ଚ ତାପମାତ୍ରା -୬.୨୭ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୧୪.୦୭ ଡିଗ୍ରୀ ସେଲସିୟସ ରହିବା ନେଇ ସୂଚନା ମିଳିଛି
ଅପରପକ୍ଷରେ, ସୋମବାର ସୋନମର୍ଗରେ ସର୍ବନିମ୍ନ ତାପମାତ୍ରା -୫.୩ ଡିଗ୍ରୀ ସେଲସିୟସରେ ପହଁଚି ସବୁଠାରୁ ଥଣ୍ଡା ସ୍ଥାନରେ ପରିଣତ ହୋଇଥିଲା। ସେହିପରି ପହଲଗାମରେ ସର୍ବନିମ୍ନ ତାପମାତ୍ରା -୨.୦ ଡିଗ୍ରୀ ରହିଥିବାବେଳେ ଗୁଲମର୍ଗରେ ପାରଦ -୧.୮ ଡିଗ୍ରୀରେ ପହଞ୍ଚିବା ଯୋଗୁଁ ଏହି ସମସ୍ତ ସ୍ଥାନରେ ବରଫ ବର୍ଷା ହୋଇଥିଲା ।