ଓ୍ଵାସିଂଟନ୍: ନ୍ୟୁୟର୍କର ମ୍ୟାନହାଟନ୍ସ୍ଥିତ ଏକ ହୋଟେଲ୍ ବାହାରେ ୟୁନାଇଟେଡ୍ ହେଲଥକେୟାରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବ୍ରାଏନ୍ ଥମ୍ପସନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କୁ ଗୁଳି କରାଯାଇଥିବା ବେଳେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କୁ ବଞ୍ଚାଯାଇ ପାରିନଥିଲା। ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଜଣା ପଡିଛି।
ବୁଧବାର ସକାଳେ ନ୍ୟୁୟର୍କ ସିଟିରେ ୟୁନାଇଟେଡ୍ ହେଲଥକେୟାରର ବାର୍ଷିକ ନିବେଶକ ବୈଠକ ଆୟୋଜନ କରିବା ପାଇଁ ସମ୍ମିଳନୀରେ ବ୍ରାଏନ୍ ଶୀଘ୍ର ପହଞ୍ଚିଥିଲେ। ସେ ପହଞ୍ଚିବା ପରେ ଜଣେ ମୁଖାପିନ୍ଧା ସନ୍ଦିଗ୍ଧ ଥମ୍ପସନଙ୍କୁ ଲକ୍ଷ କରି ଅନେକ ଗୁଳି ଚଳାଇଥିଲେ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପ୍ରକାଶଥାଉ କି, ଆଇଓୱା ବିଶ୍ୱବିଦ୍ୟାଳୟରୁ ବିଜନେସ୍ ଆଡମିନିଷ୍ଟ୍ରେସନରେ ସ୍ନାତକ ହାସଲ କରିଥିବା ଥମ୍ପସନ୍ ୩ ବର୍ଷରୁ ଅଧିକ ସମୟ ଧରି ୟୁନାଇଟେଡ୍ ହେଲଥକେୟାରର ସିଇଓ ଥିଲେ । କିନ୍ତୁ ୨୦୦୪ ମସିହାରୁ ସେ ଉକ୍ତ କମ୍ପାନୀରେ କାମ କରୁଥିଲେ। ଏହା ପୂର୍ବରୁ ବ୍ରାୟନ ପିଡବ୍ଲ୍ୟୁସିରେ ମ୍ୟାନେଜର ଭାବେ ୨୦୦୨ ମସିହାରୁ୨୦୦୪ ପର୍ଯ୍ୟନ୍ତ ଏବଂ ଟ୍ରାଞ୍ଜାକ୍ସନ -ଆଡଭାଇଜରୀ ସର୍ଭିସେସରେ ଅଡିଟ୍ ମ୍ୟାନେଜର ଭାବେ ୧୯୯୭ରୁ ୨୦୦୨ ଭାବେ କାର୍ଯ୍ୟ କରିଥିଲେ ।