ସମ୍ବଲପୁର: ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଶୁକ୍ରବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି ସ୍ଥାନରେ ଜାରି ରହିଛି ଚଢ଼ାଉ ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ସକାଳୁ ଏସିଏଫ୍ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଚଢ଼ାଉବେଳେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି । ଏସିଏଫଙ୍କ ସମ୍ବଲପୁର ହରିଣ ପାର୍କ ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ଅଁଇଠାପାଲି ସ୍ଥିତ ୩ ମହଲା କୋଠା, ଚର୍ଚ୍ଚ ଛକ ସ୍ଥିତ ବ୍ରିଜଧାମ ହାଉସିଂ ସୋସାଇଟିର ୨ଟି ଫ୍ଲାଟ୍ ବ୍ୟତୀତ ବରଗଡ଼ ପଦ୍ମପୁରରେ ଥିବା କୋଠା ଏବଂ ବିଜେପୁର ସ୍ଥିତ ପୈତୃକ ଘରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍ ।