ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ କୂଟନୈତିକ ଶରଣ ଦେବା ଘଟଣାକୁ ସହ୍ୟ କରିପାରୁ ନଥିବା ମହମ୍ମଦ ୟୁନୁସ ସରକାର ଭାରତ ବିରୋଧୀ ଆଭିମୁଖ୍ୟ ଆପଣାଇଛି। ଭାରତରେ ରକ୍ତପାତର ଷଡ଼ଯନ୍ତ୍ର କରିଥିବା ପାକିସ୍ତାନୀ ଅତଙ୍କୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ୧୭ ବର୍ଷ ପୂର୍ବେ ଗିରଫ ପୂର୍ବତନ କନିଷ୍ଠ ମନ୍ତ୍ରୀ ଅବଦୁସ ସଲାମ ପିଣ୍ଟୁଙ୍କୁ ମଙ୍ଗଳବାର ବାଂଲାଦେଶ ମୁକ୍ତ କରିଦେଇଛି । ଭାରତରେ ଆତଙ୍କୀ ହମଲା କରାଇବା ନେଇ ପାକ୍ ଆତଙ୍କୀ ସଂଗଠନ ହରକତ-ଉଲ-ଜିହାଦ-ଇସଲାମକୁ ବାଂଲୋଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସଦସ୍ୟ ଅବଦୁସ ସହଯୋଗ କରିଥିବା ଅଭିଯୋଗ ଥିଲା। ଏମିତିକି ୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶୈଖ ହସୀନାଙ୍କ ଉପରେ ଗ୍ରେନେଡ ମାଡ଼ ଷଡ଼ଯନ୍ତ୍ର ଅଭିଯୋଗରେ ଅବଦୁସ ଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା।