ନୂଆଦିଲ୍ଲୀ: ଆଇସିସି ଚମ୍ପିୟାନ୍ସ ଟ୍ରଫି-୨୦୨୫ର ପୂର୍ଣ୍ଣ କାର୍ଯ୍ୟସୂଚୀ ମଙ୍ଗଳବାର ପ୍ରକାଶ ପାଇଛି। ହାଇବ୍ରାଇ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ରୁ ଆରମ୍ଭ ହେବ। ଭାରତ ପାକିସ୍ତାନ ବିପକ୍ଷରେ ଏହାର ପ୍ରଥମ ମ୍ୟାଚ ଦୁବାଇଠାରେ ଫେବୃଆରୀ ୨୩ରେ ଖେଳିବ। ଟୁର୍ଣ୍ଣାମେଣ୍ଟରେ ୮ଟି କ୍ରିକେଟ ଦଳ ଅଂଶଗ୍ରହଣ କରୁଥିବା ବେଳେ ଗ୍ରୁପ ଏରେ ବାଂଲାଦେଶ, ଭାରତ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଦଳ ଅଛି। ଗ୍ରୁପ ବିରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ରହିଛି।
ଆଇସିସି ଚମ୍ପିୟାନ୍ସ ଟ୍ରଫି -୨୦୨୫ କାର୍ଯ୍ୟସୂଚୀ
ଫେବୃଆରୀ ୧୯ – ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ, କରାଚି
ଫେବୃଆରୀ ୨୦ – ବାଂଲାଦେଶ ବନାମ ଭାରତ, ଦୁବାଇ
ଫେବୃଆରୀ ୨୧ – ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, କରାଚି
ଫେବୃଆରୀ ୨୨ – ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
ଫେବୃଆରୀ ୨୩ – ପାକିସ୍ତାନ ବନାମ ଭାରତ, ଦୁବାଇ
ଫେବୃଆରୀ ୨୪ – ବାଂଲାଦେଶ ବନାମ ନ୍ୟୁଜିଲ୍ୟାଣ୍ଡ, ରାୱଲପିଣ୍ଡି
ଫେବୃଆରୀ ୨୫ – ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ରାୱଲପିଣ୍ଡି
ଫେବୃଆରୀ ୨୬ – ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଲାହୋର
ଫେବୃଆରୀ ୨୭ – ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
ଫେବୃଆରୀ ୨୮ – ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ, ଲାହୋର
ମାର୍ଚ୍ଚ ୧- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, କରାଚି
ମାର୍ଚ୍ଚ ୨- ନ୍ୟୁଜିଲ୍ୟାଣ୍ଡ ବନାମ ଭାରତ, ଦୁବାଇ
ମାର୍ଚ୍ଚ ୪- ସେମିଫାଇନାଲ -୧, ଦୁବାଇ
ମାର୍ଚ୍ଚ ୫- ସେମିଫାଇନାଲ-୨, ଲାହୋର
ମାର୍ଚ୍ଚ ୯- ଫାଇନାଲ୍, ଲାହୋର (ଯଦି ଭାରତ ଫାଇନାଲରେ ପହଞ୍ଚେ ତେବେ ଦୁବାଇରେ ଖେଳାଯିବ)
ମାର୍ଚ୍ଚ ୧୦ -ରିଜର୍ଭ ଦିନ