ଭୁବନେଶ୍ବର: ଓଡ଼ିଶାରେ ଜନ୍ମଦିନ ପାଳନ କଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଏଠାରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସ ସମାରୋହ ପୃଷ୍ଠଭୂମିରେ ଗୁରୁବାର ଥିଲା ତାଙ୍କର ୭୧ତମ ଜନ୍ମଦିନ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉପସ୍ଥିତ ଅତିଥିବୃନ୍ଦଙ୍କ ଗହଣରେ ଜୟଶଙ୍କର ନିଜର ଜନ୍ମଦିନ କେକ୍ କାଟିଥିଲେ। ନିଜ କାର୍ଯ୍ୟକାଳରେ ବିଦେଶନୀତିରେ ପାରଦର୍ଶିତା ଦେଖାଇଥିବା ଜୟଶଙ୍କର ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଜୟଶଙ୍କରଙ୍କ ପତ୍ନୀ କ୍ୟୋକୋ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ।