ଜମ୍ମୁ: ଜମ୍ମୁ କାଶ୍ମୀର ପୋଲିସ୍କୁ ମିଳିଛି ବଡ଼ ସଫଳତା। ଘାଟିରୁ ଧରାପଡିଛନ୍ତି ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଲଶ୍କର-ଏ-ତୋଇବାର ୩ ଜଣ ସହଯୋଗୀ। ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଏହି ତିନି ଆତଙ୍କୀ ସହଯୋଗୀଙ୍କୁ ମାଡିବସିଥିଲା କୁଲଗାମ ପୋଲିସ। ଏମାନେ ହେଲେ ମକସୁଦ ଅହମ୍ମଦ ଭଟ୍ଟ, ଉବୈଦ ଖୁରସିଦ ଏବଂ ଉମେର ବସିର। ବିଗତ କିଛି ମାସ ହେବ ଆତଙ୍କୀମାନେ ଯୋଜନାବଦ୍ଧ ଭାବେ ଘାତ ଲଗାଇ ସେନା ଗାଡି ଉପରେ ହମଲା କରୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ଧରପଗଡ ଆରମ୍ଭ ହୋଇଛି। କୁଲଗାମ ପୋଲିସ ସୂଚନା ଅନୁସାରେ ବେଆଇନ ଅସ୍ତ୍ରଶସ୍ତ୍ର ନିରୋଧୀ ଆଇନ ଅଧୀନରେ ତଦନ୍ତ ବେଳେ ପୋଲିସ ଏଠାକାର କ୍ବେମେହ ଷ୍ଟେଶନରୁ ୩ ଆତଙ୍କୀ ସହଯୋଗୀଙ୍କୁ ଧରିଛି।