ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଭାରତରେ ଆଇନସମ୍ମତ କରିବା ନେଇ ନିଜର ପୂର୍ବ ରାୟକୁ ସମୀକ୍ଷା କରିବା ନିମେନ୍ତ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିବା ନେଇ କୌଣସି ସାମ୍ବିଧାନିକ ତର୍କ ନ ଥିବା ପୂର୍ବରୁ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଯାହାକୁ ନେଇ ଏଲଜିବିଟି କର୍ମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଥିସହ ରାୟର ସମୀକ୍ଷା ଲାଗି ଆବେଦନ କରାଯାଇଥିଲା। ମାତ୍ର ଆଇନ ଅନୁଯାୟୀ ପୂର୍ବରାୟ ଦିଆଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି।