ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏସିଆ ର ଅଞ୍ଚଳରେ ବର୍ଷା ପରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଅନ୍ୟପକ୍ଷରେ ହିମାଚଳ ପ୍ରଦେଶର ଶିମଳା ଓ ମନାଲିରେ ସାନି ତୁଷାରପାତ ଯୋଗୁଁ ସେଠାରେ ଶୀତ ଲହରୀ ଲାଗିରହିଛି । କାଶ୍ମୀରରେ ଗତ କିଛିଦିନ ହେଲା ତାପମାତ୍ରା ଶୂନ ଡିଗ୍ରୀ ତଳେ ଥିବାରୁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି । ଦିଲ୍ଲୀରେ ଶନିବାର ସର୍ବନିମ୍ନ ତାପମାତ୍ରା ୭.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେହିପରି ଦିଲ୍ଲୀ ଏବଂ ଏହାର ପଡୋଶୀ ସହରଗୁଡିକରେ ଶନିବାର ରାତିରେ ବର୍ଷା ହେବାରୁ ବାୟୁ ମାନରେ ସାମାନ୍ୟ ସୁଧାର ଆସିଛି। ବର୍ଷା ପରେ ଘନ କୁହୁଡି ଓ ଥଣ୍ଡା କାରଣରୁ ରାଜଧାନୀ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଘନ କୁହୁଡି କାରଣରୁ ଏକାଧିକ ଟ୍ରେନ ଓ ବିମାନ ଚଳାଚଳ ବିଳମ୍ବିତ ହୋଇଛି । ହିମାଚଳ ସମେତ ଉତ୍ତର ଭାରତର ଅନେକ ସ୍ଥାନ ଏବଂ ଜମ୍ମୁ ଓ କାଶ୍ମୀରରେ ତାପମାତ୍ରା ହିମାଙ୍କ ତଳେ ରେକର୍ଡ ହୋଇଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ଏବଂ ଏହାର ପଡୋଶୀ ଗାଜିଆବାଦ, ନୋଏଡା ଆଦି ସ୍ଥାନରେ ଶନିବାର ସଂଧ୍ୟାରେ ବର୍ଷା ହୋଇଥିଲା । ବର୍ଷା ପରେ ଘନ କୁହୁଡି ଲାଗିରହିବାରୁ ଦିଲ୍ଲୀରେ ୪୫ରୁ ଅଧିକ ଟ୍ରେନ ଚଳାଚଳ ବିଳମ୍ବିତ ହୋଇଛି । ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି ।