ଭୁବନେଶ୍ୱର: ବ୍ୟବସାୟୀଙ୍କୁ ମାସିକିଆ ବଟି ଆକାରରେ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଣ୍ଡପଡ଼ା ଏସ୍ଆଇ ଶେଖ ହବିବୁଲ ରେହମାନ । ତାଙ୍କ ପାଖରୁ ୩୦୦୦ ଟଙ୍କା ଜବତ କରାଯାଇଛି ।
ଅଭିଯୋଗନୁସାରେ, ଜଣେ ବ୍ୟବସାୟୀଙ୍କୁ ତାଙ୍କର ବ୍ୟବସାୟ ଚଳାଇବା ପାଇଁ ଏସ୍ଆଇ ରେହମାନ ତାଙ୍କ ଠାରୁ ପ୍ରଥମେ ୧୫ ୦୦୦ ଟଙ୍କା ଲାଞ୍ଚ ନେଇଥିଲେ । ଏହା ପରେ ମଧ୍ୟ ଉକ୍ତ ବ୍ୟବସାୟୀଙ୍କୁ ମାସିକି ବଟି ଆକାରରେ ୩୦୦୦ ଟଙ୍କା ଦେବାକୁ ନେଇ ଦାବି କରୁଥିଲେ । ଏନେଇ ବ୍ୟବସାୟୀ ଜଣକ ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ କେସ୍ ନଂ ୨୧/ ୨୦୨୪ ରେ ୟୁ/ଏସ୍ ୭ ପିସି (ସଂଶୋଧନ) ଧାରା ୨୦୧୮ରେ ମାମଲା ପଞ୍ଜୀକୃତ କରାଯାଇ ଅଭିଯୁକ୍ତ ରେହମାନକୁ ଭିଜିଲାନ୍ସ ଗିରଫ କରିଛି । ଏହାସହ ସହ ତାଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି ।