ସମୟ ବଦଳିବା ସହ ବଦଳୁଛି ଆଜିକାଲି ଯୁବପୀଢ଼ିଙ୍କ ଜୀବନଶୈଳୀ। ସକାଳ ଜଳଖିଆ ଶରୀର ପାଇଁ ନିହାତି ଆବଶ୍ୟକ। ତାହା ପୁଣି ଉପଯୁକ୍ତ କ୍ୟାଲୋରୀର ହୋଇଥିଲେ ଭଲ। ସକାଳ ଜଳଖିଆରେ ସୁସ୍ଥ ଜିନିଷ ଖାଇଥାଉ, ତେବେ ଆମେ ଦିନସାରା ଏହାର ଲାଭ ପାଇଥାଉ । ଠିକ୍ ସେଭଳି ଏକ ଖାଦ୍ୟ ହେଲା ‘ଚୁଡ଼ା ଦହି’। ଓଡ଼ିଆ ଘରର ଜଳଖିଆ କହିଲେ ଚୁଡ଼ା କଦଳୀ ଚକଟା, ଛତୁଆ, ମୁଢି, ଚକୁଳି ଆଦିକୁ ବୁଝାଏ । ଆଗକୁ ମକର ସଂକ୍ରାନ୍ତି ଆସୁଥିବା ବେଳେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଭଳି ରାଜ୍ୟରେ ଏହାକୁ ସେବନ କରାଯିବାର ପରମ୍ପରା ରହିଛି। ତେବେ ଓଡ଼ିଶାରେ ମଧ୍ୟ ଏହା ଘରେ ଘରେ ପ୍ରତିଟି ପୂଜାରେ ସେବନ କରାଯାଇଥାଏ। ଚୁଡା ଖାଇବା ଦ୍ୱାରା କି ଲାଭ ମିଳେ ଜାଣନ୍ତୁ …
-ପାଚନତନ୍ତ୍ର ଲାଗି ଦହିଚୁଡ଼ା ବେଶ ଲାଭକାରୀ। ସକାଳ ଜଳଖିଆରେ ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଗ୍ୟାସର ସମସ୍ୟା ଦୂର ହୋଇଥାଏ।
-ଦହିଚୁଡ଼ା ଖାଇବା ଦ୍ୱାରା ଦୀର୍ଘ ସମୟ ଯାଏ ପେଟ ଭର୍ତ୍ତି ହେବା ଭଳି ମନେ ହୋଇଥାଏ। ଏହାଦ୍ୱାରା ଭୋକ କମ୍ ଲାଗିଥାଏ, ଯାହାକି ଓଜନ କମ୍ କରିବାରେ ସହାୟକ ହୋଇଥାଏ।
-ଦହିଚୁଡ଼ା ଶରୀରରେ କୋଲେଷ୍ଟରଲର ମାତ୍ରା କମ୍ ହୋଇଥାଏ। ଫଳରେ ହୃଦଘାତର ଭୟ ବହୁତ କମିଯାଏ।
-ଦହିଚୁଡ଼ା ସହ ଗୁଡ଼ ମିଶାଇ ଖାଇଲେ ଆନିମିଆ(ନିଦ୍ରାହୀନତା) ଭଳି ରୋଗରୁ ରକ୍ଷା ପାଇହୁଏ।