ଚମ୍ପିଆନସିପ ଟ୍ରଫି ୨୦୨୫କୁ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଶୁକ୍ରବାର ବିସିସିଆଇ ଓ ପିସିବି ମଧ୍ୟରେ ହେବାକୁ ଥିବା ବୈଠକକୁ ଘୁଞ୍ଚାଇଦିଆ ଯାଇଛି। ପିସିବିର ଅନୁରୋଧକ୍ରମେ ଏହି ବୈଠକକୁ ଶନିବାର ଦିନକୁ ଘୁଞ୍ଚାଇଦିଆଯାଇଛି।
ଚାମ୍ପିୟନ୍ସ ଟ୍ରଫି ପାଇଁ ହାଇବ୍ରିଡ୍ ମଡେଲ୍ ବିକଳ୍ପକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ମନା କରି ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସିକୁ ସ୍ପଷ୍ଟ କରିଛି । ସେଥିପାଇଁ ଶୁକ୍ରବାର ଆଇସିସି ବୋର୍ଡ ପକ୍ଷରୁ ବୈଠକ ଅନୁଷ୍ଠିତ ହେବାପାଇଁ କାର୍ଯ୍ୟସୂଚୀ ହୋଇଥିଲା। କିନ୍ତୁ ଶୁକ୍ରବାର ଅପରାହ୍ନ ୪.୦୦ଟା ସମୟରେ ପିସିବି ପକ୍ଷରୁ ଏହି ବୈଠକକୁ ଘୁଞ୍ଚାଇବା ପାଇଁ ଅନୁରୋଧ କରାଯାଇଥିଲା।
ଚମ୍ପିଆନସିପ ଟ୍ରଫି ଅନୁଷ୍ଠିତ ହେବାକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ପିସିବି ଓ ବିସିସିଆଇ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଭାରତ ପାକିସ୍ତାନ ଗସ୍ତ ପାଇଁ ଅରାଜି ଥିବା ବେଳେ ହାଇବ୍ରିଡ଼ ମଡ଼େଲ ଅନୁସାରେ ମ୍ୟାଚ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏହାକୁ ପିସିବି ପକ୍ଷରୁ ଅଗ୍ରାହ୍ୟ କରାଯାଇଥିବାରୁ ଉଭୟ ପକ୍ଷଙ୍କୁ ନେଇ ଏହି ବୈଠକ ଆୟୋଜିତ ହେବାର ଥିଲା । କିନ୍ତୁ ଏହା ଶନିବାରକୁ ଘୁଞ୍ଚାଇ ଦିଆଯାଇଛି ।