ଭୁବନେଶ୍ବର: ୩୧ ଜାନୁଆରୀ ସୁଦ୍ଧା ଇ-କେୱାଇସି ନକଲେ କଟିଯିବ ରାସନ କାର୍ଡ। ରାସନ କାର୍ଡ ପାଇଁ ଇ-କେୱାଇସିକୁ ନେଇ ସମୟସୀମା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣ ପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । କିନ୍ତୁ ପୂର୍ବରୁ ମଧ୍ୟ ସରକାର ଇ-କେୱାଇସି କରିବା ପାଇଁ ସୂଚନା ପ୍ରଦାନ କରାଯାଇଥିଲା। ରାଜ୍ୟ ବାହାରେ ଥିବା ହିତାଧିକାରୀ ଇ-କେୱାଇସି କରିଛନ୍ତି । ନୂଆ ସମୟସୀମା ମଧ୍ୟରେ ଇ-କେୱାଇସି କରିବା ପରେ ନୂଆ ରାସନ କାର୍ଡ ମିଳିବ ବୋଲି କୁହାଯାଇଛି ।