ବିଜାପୁର: ଶନିବାର ଓଡିଶା-ଛତିଶଗଡ ସଂଲଗ୍ନ ବିଜାପୁର ଅଂଚଳରେ ଏକ ଯବାନଙ୍କ କ୍ୟାମ୍ପ ଉପରେ ହୋଇଛି ଆଖିବୁଜା ଗ୍ରେନେଡ଼ ମାଡ଼ କରିଛନ୍ତି ମାଓବାଦୀ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟାଇଥିବା ବେଳେ ମାଓବାଦୀମାନେ ୨୦ ରାଉଣ୍ଡ ୟୁବିଜିଏଲ୍ ମାଡ଼ କରିଥିଲେ। ହେଲେ ଯବାନଙ୍କ ପାଲଟା ଗୁଳି ଚାଳନା ଯୋଗୁଁ ମାଓବାଦୀ ମାନେ ଘଟଣାସ୍ଥଳ ଛାଡି ପଳାଇଛନ୍ତି । ତେବେ ଏହି ଘଟଣାରେ ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ।
ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ବହୁ ସଂଖ୍ୟାରେ ମାଓବାଦୀ ଆସି କ୍ୟାମ୍ପ ଉପରକୁ ଗ୍ରେନେଡ଼ ମାଡ଼ କରିବା ଫଳରେ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏହାପରେ ମାଓବାଦୀମାନେ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଏହା ପରେ ସିଆରପିଏଫ୍ ପକ୍ଷରୁ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ, ମାଓନେତା ହିଡମାଙ୍କ ଗାଁ ପୂର୍ବତିରେ ପ୍ରାୟ ଏକ ମାସ ହେବ ସିଆରପିଏଫ୍ ପକ୍ଷରୁ କ୍ୟାମ୍ପ ସ୍ଥାପନ କରାଯାଇଥିଲା। ଏହା ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଯବାନଙ୍କୁ ମୁତୟନ କରାଯାଇଥିଲା । ସେମାନେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ସମେତ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖୁଥିଲେ।