ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ଗଡିଛି। କୁମ୍ଭ ମେଳା ଦେଖି ଯିବାକୁ ସ୍ଵତନ୍ତ୍ର ବସ୍ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ବସ୍ ପୁରୀ, ଭବାନୀପାଟଣା, ସମ୍ବଲପୁର ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ୍ ରହିଛି। ବସ୍ ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି। ଆସନ୍ତାକାଲିଠୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟି କୋଟି ଶ୍ରଦ୍ଧାଳୁ ଯୋଗଦେଇ ଗଙ୍ଗାରେ ବୁଡ଼ ପକାଇବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଏଥିରେ ସାମିଲ୍ ହେବା ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଛି ସ୍ୱତନ୍ତ୍ର ବସ୍।