ରାଜଧାନୀ ରାଜନୀତିରେ ବର୍ତମାନ ଚର୍ଚ୍ଚାରେ ଆତିଶୀ। ସେ ଏବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ। କେଜ୍ରିୱାଲ ଜେଲଯିବା ପରେ ଆକ୍ସନ ମୁଡକୁ ଆସିଥିଲେ ଆତିଶୀ ମାର୍ଲେନା । ବାରମ୍ବାର ବିଜେପିକୁ ଟାର୍ଗେଟ କରିବା ସହ ଜୋରଦାର କରିଥିଲେ ଆନ୍ଦୋଳନ। ତେବେ ୪୩ ବର୍ଷୀୟ ଏହି ପାୱାର ଫୁଲ ଦବଙ୍ଗ ଲେଡି ବା ନିର୍ଭିକ ରାଜନେତ୍ରୀ ଏବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ତେଣୁ ଆତିଶୀଙ୍କ ବିଷୟରେ ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ତାଙ୍କ ପ୍ରେମ କାହାଣୀର ଚର୍ଚ୍ଚା ଏବେ ଚାରିଆଡେ ଶୁଣିବାକୁ ମିଳିଲାଣି। ତେବେ ଆସନ୍ତୁ ଜାଣିବା ତାଙ୍କର ସ୍ୱାମୀ କିଏ ଆଉ କେମିତି ଥିଲା ତାଙ୍କର ଲଭଷ୍ଟୋରି।…..
ଆତିଶୀଙ୍କ ସ୍ୱାମୀ ହେଉଛନ୍ତି ପ୍ରବୀଣ ସିଂ। ଯଦିଓ ପ୍ରବୀଣ କେବେ ଖୁଲମ ଖୁଲା ଭାବେ ସାମ୍ନାକୁ ଆସିନାହାନ୍ତି, କିନ୍ତୁ ଆତିଶୀଙ୍କ ସହ ଏକ ମଜଭୁତ ଚଟାଣ ସଦୃଶ ହୋଇ ରହିଛନ୍ତି। ତେବେ ପ୍ରବୀଣ ଜଣେ ଶିକ୍ଷାବିତ୍ ଓ ରିସର୍ଚ୍ଚର ହୋଇଥିବା ବେଳେ ସଦଭାବନା ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ପଲିସି ନାମକ ସଂସ୍ଥା ସହ ଜଡିତ । ସେ ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ ଅହମଦାବାଦରେ ପଢିବା ସହ ବିଭିନ୍ନ ସଂସ୍ଥାରେ ପୂର୍ବରୁ କାମ କରିଛନ୍ତି।ତେବେ ରିପୋର୍ଟ ଅନୁସାରେ ଆତିଶୀ ଓ ପ୍ରବୀଣଙ୍କ ଭେଟ ଦିଲ୍ଲୀରେ ହୋଇଥିଲା।ପ୍ରବୀଣ କେବେ ଲୋକଲୋଚନକୁ ଆସୁନଥିଲେ ମଧ୍ୟ ଉଭୟଙ୍କ ଲକ୍ଷ୍ୟ ଗୋଟିଏ ରହିଥିଲା। ଦୁହେଁ ଗାଁରେ ସାମାଜିକ କର୍ମୀ ଭାବେ ଅନେକ କାମ କରୁଥିଲେ।୨୦୦୭ ମସିହାରେ ଆତିଶୀ ପ୍ରବୀଣଙ୍କ ସହ ମିଶି ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନକୁ ସାକାର କରିବା ପାଇଁ ମଧ୍ୟପ୍ରଦେଶରେ ଏକ ସଂସ୍ଥା ସ୍ଥାପନ କରିଥିଲେ। ଧୀରେଧୀରେ ଦୁହିଁଙ୍କ ଭିତରେ ସଂପର୍କ ଆଗକୁ ବଢିଥିଲା।ପ୍ରଥମେ ବନ୍ଧୁତ୍ୱରୁ ପ୍ରେମ ଓ ପରେ ବିବାହରେ ପରିଣତ ହୋଇଥିଲା। ତେବେ କିଛିଦିନ ପରେ ଆତିଶୀ କେଜ୍ରିୱାଲଙ୍କ ନେତୃତ୍ୱରେ ଆାପରେ ସାମିଲ ହୋଇଥିଲେ। ଗତ ୨ବର୍ଷ ଭିତରେ ସେ ଦଳର ସବୁଠୁ ବିଶ୍ୱାସନୀୟ ଚେହେରା ଭାବେ ସାମ୍ନାକୁ ଆସିଥିଲେ।ଆଉ ଏବେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ।