ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମିଡିଆକିଆର ସରପଞ୍ଚ ଅଶୋକ ମଲ୍ଲିକଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏ ନେଇ ସରପଞ୍ଚ ଅଶୋକ ମଲ୍ଲିକ କହିଥିଲେ ଯେ, “ନିଜ ଘର ଚତୁଃପାର୍ଶ୍ବ ସମେତ ଗାଁ ପରିବେଶ ସଫାସୁତୁରା ରଖିଲେ ଆମେ ସୁସ୍ଥ ରହିବା ସହ ଗାଁ କୁ ଏକ ସୁସ୍ଥ ପରିବେଶରେ ରଖିପାରିବା ।”
ସୂଚନାଯୋଗ୍ୟ ଯେ, “ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ” ର ପ୍ରମୁଖ ଉଦ୍ଦେଶ୍ଯ ପରିବେଶକୁ ସ୍ବଚ୍ଛ, ପରିଷ୍କାର ତଥା ପରିଚ୍ଛନ୍ନ ରଖିବା ହୋଇଥିବା ବେଳେ ମିଡିଆକିଆର ସରପଞ୍ଚ ଅଶୋକ ମଲ୍ଲିକଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମିଡିଆକିଆରେ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଜନ ପ୍ରତିନିଧି, ସମିତି ସଭ୍ୟ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ସିଆରପି, ବ୍ୟାଙ୍କ ମିତ୍ର, ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଯୋଗ ଦେଇଥିଲେ। ଏହା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ଯ ଏହି କାର୍ଯ୍ୟକ୍ରମରେ ଯୋଗ ହୋଇ ପଞ୍ଚାୟତ ପରିସରରେ ସଫେଇ କାର୍ଯ୍ୟ କରିବା ସହ ଗାଁ ରାସ୍ତା ଓ ବିଦ୍ୟାଳୟ ପରିସରରେ ମଧ୍ୟ ସଫେଇ କାର୍ଯ୍ୟ କରିଥିଲେ ।