ଭୁବନେଶ୍ୱର: ଭାରତର ସର୍ବବୃହତ ଆମୁ୍ୟଜମେଣ୍ଟ ପାର୍କ ଚେନ୍ ୱଣ୍ଡେର୍ଲା ହଲିଡେଜ୍ ଭୁବନେଶ୍ୱରରେ ତାହାର ସଦ୍ୟତମ ଆମୁ୍ୟଜମେଣ୍ଟ ପାର୍କର ଭବ୍ୟ ଉଦ୍ଘାଟନ କରିଛି । ଏହା ୱଣ୍ଡେର୍ଲାର ଜାତୀୟ ସମ୍ପ୍ରସାରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହୋଇଛି, ଯାହା ଆମ୍ୟୁଜମେଣ୍ଟ ଓ ମନୋରଞ୍ଜନ ଶିଳ୍ପରେ ନିଜର ସ୍ଥିତିକୁ ପୁନଃ ସୁଦୃଢ କରୁଛି । ପାର୍କକୁ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦଘାଟନ କରିଛନ୍ତି । ଉତ୍ସବରେ ସମର୍ଥ ବର୍ମା, ଡାଇରେକ୍ଟର ଟୁରିଜମ୍, କମ୍ପାନୀର ଏମ୍ଡି ଅରୁନ୍ କେ ଚିଟ୍ଟିଲାପିଲେ, ପ୍ରେସିଡେଣ୍ଟ ଶିବଦାସ ଏମ୍, ସିଓଓ ଧୀରେନ ଚୋ÷ଧାରୀ ଏବଂ ପାର୍କ ହେଡ୍-ଭୁବନେଶ୍ୱର କଳ୍ପତରୁ ନାୟକଙ୍କ ସମେତ କାର୍ଯ୍ୟନିର୍ବାହୀଗଣ ଯୋଗ ଦେଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଥିଲେ, ଓଡ଼ିଶାରେ ପ୍ରଥମ ଓ ସର୍ବବୃହତ୍ ଆମୁ୍ୟଜମେଣ୍ଟ ପାର୍କ ୱଣ୍ଡେର୍ଲାକୁ ପୂର୍ଣ୍ଣ ସମର୍ଥନ ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ ରହିଛନ୍ତି । ଏହି ପାର୍କ ଯୁବବର୍ଗଙ୍କ ମନକୁ ପ୍ରେରଣା ଦେବା ସହିତ ରାଜ୍ୟର ମନୋରଞ୍ଜନ କ୍ଷେତ୍ରରେ ବୃଦ୍ଧି ଘଟାଇବ ଏବଂ ପର୍ଯ୍ୟଟନ ଅଭିବୃଦ୍ଧିରେ ଅବଦାନ ରଖିବ । ଏହା ପିଲାମାନଙ୍କ ନିମନ୍ତେ ମୋବାଇଲ ପରଦାରୁ ନଜର ହଟାଇ ଉଭୟ ଶାରୀରିକ ଏବଂ ମାନସିକ ବିକାଶକୁ ପ୍ରୋତ୍ସାହିତ କରୁଥିବା ଆଉଟଡୋର କାର୍ଯ୍ୟକଳାପରେ ନିୟୋଜିତ ରହିବାକୁ ସୁଯୋଗ ଦେଉଛି । ଅରୁଣ କେ ଚିଟ୍ଟିଲାପିଲେ, ଏମ୍ଡି, ୱଣ୍ଡେର୍ଲା ହଲିଡେଜ୍ ଲିମିଟେଡ କହିଛନ୍ତି, ଆମେ ଓଡ଼ିଶା ସରକାରଙ୍କ ସମର୍ଥନରେ ସମଗ୍ର ଭାରତରେ ଆମର ଉପସ୍ଥିତି ସମ୍ପ୍ରସାରିତ କରୁଥିବାବେଳେ ୱଣ୍ଡେର୍ଲା ଭୁବନେଶ୍ୱରର ଭବ୍ୟ ଉଦ୍ଘାଟନ ଆମ ପାଇଁ ଏକ ଗୋ÷ରବର ମୁହୂର୍ତ୍ତ ହୋଇଛି ।