ଲକ୍ଷେ୍ନା÷: ନିଜ ପ୍ରେମିକା ପାଇଁ ଅଡୁଆରେ ପଡିଛନ୍ତି ଜଣେ ଆଇନ ଛାତ୍ର। ଆଇନ ପାଠ ପଢୁଥିବା ଏହି ଛାତ୍ରଜଣକ ପ୍ରେମିକାକୁ ଖୁସି କରିବାକୁ ଚୋରୀ ଭଳି ବେଆଇନ କାମ କରିଛନ୍ତି। ସେଥିପାଇଁ ତାଙ୍କୁ ଗିରଫ ମଧ୍ୟ କରାଯାଇଛି। ଘଟଣା ଘଟିଛି ଲକ୍ଷେ୍ନା÷ ସହରରେ। ଏହି ଆଇନ ଛାତ୍ରଙ୍କ ଘର ଜୌନପୁରରେ। ନିକଟରେ ଲକ୍ଷେ୍ନା÷ର ଗୋମତୀ ନଗର ଅଞ୍ଚଳରେ ଏକାଧିକ ଚୋରୀ ଘଟଣା ସମ୍ପର୍କରେ ପୋଲିସରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ କରିବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ଚିତ୍ର ଆଧାରରେ ଜଣକୁ ଧରିଥିଲା। ସେହି ସନ୍ଦିଗ୍ଧ ଥିଲେ ଉକ୍ତ ଆଇନ ଛାତ୍ର। ତାଙ୍କୁ ଜେରା କରିବା ପରେ ସେ ସବୁ ସତ ମାନିଯାଇଥିଲେ।
ଏହି ଛାତ୍ର ଜଣକ କହିଥିଲେ ଯେ ତାଙ୍କ ପ୍ରେମିକା ବହୁତ ଖର୍ଚ୍ଚ କରନ୍ତି। ସେ ନିୟମିତ କିଣାକିଣି କରିବା, ମଲ ବୁଲିବା, ଆଇଫୋନ କିଣିବା, କ୍ଲବ ଯିବା ଏବଂ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁଥିଲେ। କିନ୍ତୁ ଆଇନ ଛାତ୍ରଙ୍କ ନିକଟରେ ସେତିକି ଅର୍ଥ ନଥିଲା। ସେ ପ୍ରେମିକାଙ୍କୁ ଖୁସି କରିବାକୁ ଚୋରୀ କରିବା ଆରମ୍ଭ କରିଥିଲେ। ଗତ ସପ୍ତାହକ ମଧ୍ୟରେ ସେ ତିନିଟି ଘରୁ ଚୋରୀ କରିଥିଲେ। ପୋଲିସ ତଦନ୍ତ କରିବା ପରେ ଉକ୍ତ ଛାତ୍ରଙ୍କ ନିକଟରୁ ନଗଦ ଟଙ୍କା, ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଥିଲା। ତାଙ୍କୁ ଗିରଫ କରାଯିବା ପରେ ଜେଲ ପଠାଇ ଦିଆଯାଇଛି।