ନୂଆଦିଲ୍ଲୀ: ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ଅବସରରେ ୧୧୪ତମ ଏପିସୋଡକୁ ଭାବପ୍ରବଣ ଏପିସୋଡ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ମୋଦି କହିଛନ୍ତି ଯେ ଦର୍ଶକ ଏହି କାର୍ଯ୍ୟକ୍ରମର ପ୍ରକୃତ ସ୍ଥପତି। ସେ କହିଛନ୍ତି ଯେ, “ଯେ ପର୍ଯ୍ୟନ୍ତ କିଛି ମସଲାଯୁକ୍ତ ଏବଂ ନକାରାତ୍ମକ କଥା ନ ଥାଏ, ସେ ପର୍ଯ୍ୟନ୍ତ ଏହା ଧ୍ୟାନ ଆକର୍ଷଣ କରେ ନାହିଁ। କିନ୍ତୁ ମନ କି ବାତ କାର୍ଯ୍ୟକ୍ରମ ଏହା ପ୍ରମାଣ କରିଛି ଯେ ସକରାତ୍ମକ ସୂଚନା ପାଇଁ ଦେଶର ଲୋକମାନେ କେତେ ଆଗ୍ରହୀ ଅଛନ୍ତି। ଏହି କାର୍ଯ୍ୟକ୍ରମର ୧୦ ବର୍ଷର ଯାତ୍ରା ଏଭଳି ଏକ ଫୁଲମାଳ ପ୍ରସ୍ତୁତ କରିଛି, ଯେଉଁଥିରେ ପ୍ରତ୍ୟେକ ଏପିସୋଡ ସହିତ ନୂତନ ଗାଥା, ନୂଆ କିର୍ତ୍ତିମାନ ଏବଂ ନଆ ବ୍ୟକ୍ତିତ୍ୱ ଯୋଡି ହୋଇ ଯାଉଛନ୍ତି।”
ସୂଚନାଯୋଗ୍ୟ ଯେ, ‘ମନ କି ବାତ’ କାର୍ଯ୍ୟକ୍ରମ ୨୦୧୪ ମସିହା ଅକ୍ଟୋବର ୩ ରେ ଆରମ୍ଭ ହୋଇଥିଲା। ସାମୂହିକ ଭାବରେ ଆୟୋଜିତ ପ୍ରତ୍ୟେକ କାର୍ଯ୍ୟକ୍ରମ ମନ କି ବାତରେ ସମ୍ମାନ ପାଇଥାଏ। ୨୦୧୪ ମସିହା ଅକ୍ଟୋବର ୩ ରେ ବିଜୟା ଦଶମୀ ଥିଲା। ଏହି ଅବସରରେ ମୋଦି କହିଛନ୍ତି ଯେ, “ଏହା ଅତ୍ୟନ୍ତ ଆନନ୍ଦଦାୟକ ଘଟଣା ଯେ ଏଥର ଅକ୍ଟୋବର ୩ ହେଉଛି ନବରାତ୍ରୀଙ୍କର ପ୍ରଥମ ଦିନ।”
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଟିଭି ଚ୍ୟାନେଲ ଏବଂ ପ୍ରିଣ୍ଟ ମିଡିଆ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଘରକୁ ପହଞ୍ଚାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି। ମନ କି ବାତ କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓର ୱେବସାଇଟ ଏବଂ ମୋବାଇଲ ଆପରେ ପ୍ରସାରିତ ହେବ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲରେ ଲୋକମାନେ ପ୍ରସାରିତ ହୁଏ। ଏହି କାର୍ଯ୍ୟକ୍ରମ ୧୧ ଟି ବିଦେଶୀ, ୨୨ ଟି ଭାରତୀୟ ଭାଷା ଓ ୨୯ଟି ଉପଭାଷାରେ ପ୍ରସାରଣ ମଧ୍ୟ କରାଯାଏ।