ଭୁବନେଶ୍ୱର : ସୋମବାର କନ୍ଧମାଳରୁ କିଛି ଚୋରା ନିଶା ବେପାରୀ କାରରେ ଗଞ୍ଜେଇ ନେଇ ଭୁବନେଶ୍ୱର ଆସୁଥିବା ସମୟରେ ଖବର ପାଇ ତମାଣ୍ଡୋରେ ଛକିଥିଲା କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ୍ ଟିମ । ଏହି ଖବର ପାଇ ଅଭିଯୁକ୍ତ ମାନେ ପୁଲିସକୁ ଚକମା ଦେଇ ଗୋହିରିଆ ଛକରୁ କାର ବୁଲାଇ ଦୃତ ଗତିରେ ମଦନପୁର ରୋଡ ପଟେ ଫେରାର ହୋଇଯାଇଛନ୍ତି । ଫଳରେ ପୋଲିସ ଏକ ଓଡ଼ି୦୨-ସିଡ଼ବ୍ଲ୍ୟୁ- ୮୮୨୮ ନମ୍ବର ରହିଥିବା ଡିଜାୟାର କାରକୁ ଜବତ କରିବା ସହ କାର ଭିତରୁ ୧ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଛି ।
ସୂଚନା ଯୋଗ୍ୟଯେ, ସୋମବାର ସକାଳୁ ଏକ କାରରେ କିଛି ବେପାରୀ କନ୍ଧମାଳରୁ ଗଞ୍ଜେଇ ନେଇ ଭୁବନେଶ୍ୱର ଆସୁଥିବା ସ୍ପେଶାଲ କ୍ରାଇମ ୟୁନିଟ୍ ଟିମ ଜାଣିବାକୁ ପାଇଥିଲା । ପରେ ଟିମ ତମାଣ୍ଡୋ ଜାତୀୟ ରାଜପଥରେ ଛପି ବସିଥିଲା । ଏହି ସମୟରେ ଏକ ଡିଜାର କାର ଦୃତ ଗତିରେ ଆସୁଥିବା ଦେଖି ପୁଲିସ ଟିମ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା ବେଳେ, ଅଭିଯୁକ୍ତ ମାନେ ହଠାତ ଗୋହରିଆ ଛକରୁ ବାଁ ପଟ ରାସ୍ତାକୁ ବୁଲାଇ ଦୃତ ଗତିରେ ମଦନପୁର ରୋଡରେ ଯାଇଥିଲେ । ଏତିକି ବେଳେ ପୁଲିସ ମଧ୍ୟ ସେମାନଙ୍କୁ ପିଛା କରିଥିଲା । ପୁଲିସ ପିଛି କରିବା ଦେଖି ଅଭିଯୁକ୍ତ ମାନେ କାଇମାଟିଆ ରୋଡର ଏକ ବିଲ ଭିତରକୁ ଯାଇଥିବା ମାଟି ରୋଡରେ କାରକୁ ପୁରାଇ ସେଠାରେ କାର ଛାଡି ବିଲରେ ଫେରାର ହୋଇଯାଇଥିଲେ । ଫଳରେ ପୁଲିସ ଟିମ କାରକୁ ଜବତ କରିବା ସହ କାର ଭିତରୁ ୧୦୦ କେଜି ଗଞ୍ଜେଇ ଜବତ କରିଛି । ଏନେଇ ପୁଲିସ ଏକ ମାମଲା ରୁଜୁକରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।