ପାଟନା : ବିହାରର ସାରଣ ଅଞ୍ଚଳରେ ଲାଞ୍ଚ ନେଉଥିବା ଅଭିଯୋଗ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ସହ ଡୋରିଗଞ୍ଜ ପୋଲିସ ଷ୍ଟେସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି।
ସୂଚନା ଅନୁଯାୟୀ , ଷ୍ଟେସନ ହାଉସ ଅଫିସର (ଏସ ଏଚ ଓ ) ରାହୁଲ ରଂଜନ ଏବଂ ତେଜ ନାରାୟଣ ସିଂ, ଅଜେଶ କୁମାର ସିଂ, ଶ୍ରୀଜନ ମିଶ୍ର, ଦେନ୍ଦାୟଲ ରାୟ, ପ୍ରଭଜନ କୁମାର,ସମେତ ଅଧିକାରୀମାନେ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା। ବେଆଇନ ବାଲି ପରିବହନ କରୁଥିବା ଓଭରଲୋଡ୍ ଟ୍ରକରୁ ଲାଞ୍ଚ ଗ୍ରହଣ କରିବା ଏବଂ ସେମାନଙ୍କୁ ନିଜ ଅଧୀନରେ ଯିବାକୁ ଅନୁମତି ଦେଇଥିବା ଜଣା ପଡିଥିଲା। ତେବେ ଏହି ଅଭିଯୋଗ ଆସିବା ପରେ ଅଧିକାରୀ ମାନଙ୍କୁ ନିଲମ୍ବିତ ଏବଂ ଡୋରିଗଞ୍ଜରେ ଅବସ୍ଥାପିତ ଅବଶିଷ୍ଟ ୧୨ ଜଣ ଅଧିକାରୀଙ୍କୁ ଜିଲ୍ଲା ପୋଲିସ ଲାଇନରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରଣ ଅଂଚଳର ଏସପି ସମ୍ପୃକ୍ତ ସମସ୍ତ ୧୮ ଜଣ କର୍ମଚାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିବା ସହିତ ସେମାନଙ୍କୁ ଅନ୍ୟ ଷ୍ଟେସନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଏସପି କହିଛନ୍ତି,”ନିଲମ୍ବିତ ପୋଲିସ କର୍ମଚାରୀମାନେ ଗଙ୍ଗା ନଦୀ କୂଳରେ ଥିବା ଆରାହ-ଚାପ୍ରା ଭୀର କୁନୱର ସିଂ ବ୍ରିଜରେ ଠିଆ ହୋଇଥିଲେ, ଯେଉଁଠାରେ ସେମାନେ ଭୋଜପୁର ଜିଲ୍ଲାରୁ ବେଆଇନ ବାଲି ପରିବହନ କରୁଥିବା ଓଭରଲୋଡ୍ ଟ୍ରକରୁ ଲାଞ୍ଚ ନେବା ଭଳି ଦୁର୍ନୀତିଗ୍ରସ୍ତ କାର୍ଯ୍ୟ କରିଥିଲେ। ଭୋଜପୁର ଜିଲ୍ଲାର ସୋନ ନଦୀ କୂଳରେ ଆଜିମାବାଦ ଏବଂ କୋଏଲୱାର ବ୍ଲକ ମଧ୍ୟରେ ଥିବା ଏକ ବିଭାଗରେ ବାଲି ଖନନ ବ୍ୟାପକ ହୋଇଛି। ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଆମେ ଅନେକ ଅଭିଯୋଗ ଗ୍ରହଣ କରିଛୁ ଏବଂ ଏକ ଡେପୁଟି ସୁପରଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରିଛୁ।”