ଖାଦ୍ୟ ଆମ ସ୍ୱାସ୍ଥ୍ୟ ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଯଦିଓ ଅନେକ ଲୋକ ଭାତ ଖାଆନ୍ତି, କେତେକ ରାତିରେ ରୁଟି ଖାଆନ୍ତି । କେବଳ ବଙ୍ଗଳା ନୁହେଁ ସମଗ୍ର ଦେଶରେ ରୁଟି ହେଉଛି ସବୁଠାରୁ ଲୋକପ୍ରିୟ ଖାଦ୍ୟ । ରୁଟି ଦେହ ପାଇଁ କେତେ ଲାଭଦାୟକ । ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ , ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ। ତେବେ ଆସନ୍ତୁ ଜାଣିବା ପ୍ରତିଦିନ ରୁଟି ଖାଇବା ଦ୍ୱରା ସ୍ୱାସ୍ଥ୍ୟ ପ୍ରତି କି ଲାଭ ମିଳେ…
ଓଜନ ହ୍ରାସ – ରୁଟି ଖାଇବା ଦ୍ୱାରା ଓଜନ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରେ । ଓଜନ ହ୍ରାସ ପାଇଁ ଆପଣ ଯଥାସମ୍ଭବ ମଧ୍ୟାହ୍ନ ଭୋଜନ କିମ୍ବା ରାତିରେ ରୁଟି ଖାଇବା ନିହାତି ଆବଶ୍ୟକ ।
ହଜମ ପ୍ରକ୍ରିୟା ସହଜ କରେ – ରୁଟିରେ ଫାଇବରର ପରିମାଣ ବହୁତ ଅଧିକ । ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ। ଯାହାର ହଜମ ଠକ୍ ସେ ହେଉ ନଥିବା ସେହି ଲୋକଙ୍କ ପାଇଁ ବାସି ରୁଟି ଲାଭଦାୟକ।
ହୃଦ୍ ରୋଗ ହ୍ରାସ କରେ – ହୃଦୟ ରୋଗୀ ମାନଙ୍କୁ ରୁଟି ବେଶ ଲାଭଦାୟକ । ପ୍ରତିଦିନ ରୁଟି ସହ ସବୁଜ ପନିପରିବା ଭଜା କରି ଖାଇବା ଦ୍ୱରା ହୃଦୟ ସୁସ୍ଥ ରହିଥାଏ ।