କଟକ: ବାଲିଯାତ୍ରା କଟକ ଉତ୍ସବ ୨୦୨୪ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ଆଗେଇ ଚାଲିଛି। ଆଜି ୧୭୦ଟି ପ୍ଲଟ ପଞ୍ଜିକରଣ କରାଯାଇଛି। ଆଜି ସୁଦ୍ଧା ୬୦୦ରୁ ଅଧିକ ପ୍ଲଟ ପଞ୍ଜିକରଣ କରାଯାଇଛି।ତେବେ ସମ୍ଭାବ୍ୟ ବାତ୍ୟା ଏବଂ ପଞ୍ଜିକରଣ ନିମନ୍ତେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ଲଟ ପଞ୍ଜିକରଣ ତାରିଖ ଆଉ ଦୁଇ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ପ୍ଲଟ ପଞ୍ଜିକରଣ ଆସନ୍ତା ୨୫ ତାରିଖ ପରିବର୍ତ୍ତେ ୨୭ ତାରିଖରେ ଶେଷ ହେବ। ଏହା ପରେ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ।