ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧୬ରୁ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶଗସ୍ତରେ ଯାଉଛନ୍ତି। ଏହି ଗସ୍ତ ମଧ୍ୟରେ ଗୁଏନା ଯିବାପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିବା ବେଳେ ଏହି ସମୟରେ ମୋଦୀ ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେବାପାଇଁ ଯାଉଛନ୍ତି l ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍ ଅନର’ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଲ
ଗୁଏନାରେ ଆୟୋଜିତ ହେବାକୁ ଥିବା ଭାରତ-କାରିକୋମ୍ ସମ୍ମିଳନୀରେ ମୋଦୀଙ୍କୁ ‘ଦ ଡୋମିନିକା ଆୱାର୍ଡ ଅଫ୍ ଅନର’ ସମ୍ମାନରେ ସମ୍ମାନିତ କରାଯିବ l କୋଭିଡ ବେଳେ ଭାରତର ସହଯୋଗ ପାଇଁ ମୋଦୀଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି l
ସୂଚନାଯୋଗ୍ୟ ଯେ, କୋଭିଡ -୧୯ ମହାମାରୀ ସମୟରେ ଡୋମିନିକାକୁ ସାହାଯ୍ୟ କରିବା ତଥା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଶକ୍ତିଶାଳୀ କରିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ l ଏଥିପାଇଁ ଡୋମିନିକା ସରକାର ନିଷ୍ପତି ନେଇଥିବା ଡୋମିନିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତି ମାଧ୍ୟମରେ ପ୍ରକାଶ ପାଇଛି l ଏଥିରେ ଉଲ୍ଲେଖ ଅଛି ଯେ, କୋଭିଡ ମହାମାରୀ ସମୟରେ ଭାରତରୁ ଡୋମିନିକାକୁ ମିଳିଥିବା ସମର୍ଥନ ପାଇଁ ଏବଂ ଏହି ଦୁଇ ଦେଶ ମଧ୍ୟରେ ବଢୁଥିବା ସହଭାଗୀତାର ପ୍ରତୀକ ଭାବରେ ଏହି ପୁରସ୍କାର ପ୍ରଦାନ କରାଯିବ।
ପ୍ରକାଶଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୨୧ ମସିହାରେ କୋଭିଡ ମହାମାରୀ ସମୟରେ ଡୋମିନିକାକୁ ଭାରତର ଟିକା ଯୋଗାଣ ନୀତି “ଟିକା ମୈତ୍ରୀ” ନୀତି ଅନୁଯାୟୀ ୭୦,୦୦୦ ଡୋଜ ଟିକା ପ୍ରଦାନ କରିଥିଲେ। ସେଥିପାଇଁ ଡୋମିନିକା ରାଷ୍ଟ୍ରପତି ସିଲବେନ ସିଲଭାନି ବର୍ଟନ୍ ଗୁଏନାରେ ହେବାକୁ ଥିବା ଭାରତ-କାରିକୋମ୍ ସମ୍ମିଳନୀରେ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ l