ଦିଶ୍ପୁର: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା। ଶନିବାର ସେ ନିଜ ମନ୍ତ୍ରିମଣ୍ଡଳରେ ୪ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ଏମାନେ ହେଲେ ଦିବ୍ରୁଗଡ଼ରୁ ଚତୁର୍ଥଥର ବିଧାୟକ ନିର୍ବାଚିତ ପ୍ରଶାନ୍ତ ଫୁଲକାନ, ପଠାରକାଣ୍ଡିରୁ ଦ୍ବିତୀୟଥର ବିଧାୟକ ନିର୍ବାଚିତ କ୍ରିଷ୍ଣେନ୍ଦୁ ପଲ୍ ଙ୍କ ସହ ଲାଖିପୁର ବିଧାୟକ କୌଶିକ ରାୟ ଏବଂ ଧୁମ୍ଧୁମା ବିଧାୟକ ରୁପେଶ ଗୋଅଲା। ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାରୀ ଏମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ୍ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଶ୍ବ ଶର୍ମାଙ୍କ କ୍ୟାବିନେଟରେ ମନ୍ତ୍ରୀ ସଂଖ୍ୟା ଏବେ ୧୯ରେ ପହଞ୍ଚିଛି।