ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସିଛନ୍ତି । ଗୁରୁବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ ଆସାମ ମୁଖ୍ୟମନ୍ତ୍ରୀ । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା ।ବିମାନ ବନ୍ଦରରେ ତାଙ୍କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ,ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ବିଧାୟକ ବାବୁ ସିଂହ ପ୍ରମୁଖ ସ୍ବାଗତ କରିଥିଲେ। ଏହାପରେ ସେ ସିଧା ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ ଭୁବନେଶ୍ୱର ଫେରିଆସି କଳିଙ୍ଗ ଷ୍ଟାଡିୟମ୍ର ବ୍ୟାଡ଼ ମିଣ୍ଟନ ହାଇ ପରଫମାନ୍ସ ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ । ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ ସଭାପତି ଅଛନ୍ତି ହିମନ୍ତ । କଳିଙ୍ଗ ଷ୍ଟାଡିୟମ୍ର ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ମେହନ ମାଝୀଙ୍କ ସହ ଯୋଗ ଦେବେ ।