ନାରାୟଣପୁର: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟର ଘଟି ୭ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ସୂଚନା ମିଳିବା ପାରେ ଗୁରୁବାର ଭୋର ୩ଟାରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ମାଓବାଦୀମାନେ ଗୁଳିମାଡ଼ ଆରମ୍ଭ କରିବାରୁ ସୁରକ୍ଷାକର୍ମୀ ଓ ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ଏଥିରେ ସୁରକ୍ଷାବାହିନୀ ଗୁଳିରେ ୭ ଜଣ ମାଓବାଦୀଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ଏନେଇ ବସ୍ତର ଆଇଜି ପି. ସୁନ୍ଦରାଜ ସୂଚନା ଦେଇଛନ୍ତି।
ପ୍ରକାଶଥାଉ କି, ଗତ ୧୦ ତାରିଖରୁ ନାରାୟଣପୁର, ଦନ୍ତେଓ୍ୱାଡା, ଜଗଦଲପୁର ଏବଂ କୋଣ୍ଡାଗାଁବ ଜିଲ୍ଲାରେ ରିଜର୍ଭ ଫୋର୍ସ (ଡ଼ିଆରଜି), ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ (ସିଆରପିଏଫ) ର ମିଳିତ ଟିମ୍ ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଛି।