ପାଟନା: ବିହାରକୁ ମିଲବ ନୂତନ ରାଜ୍ୟପାଳ। ମଙ୍ଗଳବାର ବିହାରର ନୂତନ ରାଜ୍ୟପାଳ ଭାବେ ଆରିଫ ମହମ୍ମଦ ଖାନଙ୍କୁ ନିଯୁକ୍ତ କରାଯାଇଛି । ବିହାରର ପୂର୍ବତନ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ପରିବର୍ତ୍ତେ ସେ ରାଜନୀତିରେ ଜଣାଶୁଣା ଚେହେରା ଏବଂ ଜାତୀୟ ମିଡିଆରେ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ଆରିଫ୍ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରୁ ସକ୍ରୀୟ ରାଜନୀତିରେ ପାଦ ଥାପିଥିଲେ । ଏକଦା ସେ ରାଜୀବ ଗାନ୍ଧୀଙ୍କ ନିକଟତର ଥିଲେ । ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ର ନେତା ଭାବେ ରାଜନୀତିରେ ଯୋଗ ଦେଇ ସଫଳତା ହାସଲ କରିଥିଲେ ୧୯୭୭ରେ ସେ ମାତ୍ର ୨୬ ବର୍ଷରେ କଂଗ୍ରେସ ଟିକେଟରେ ବୁଲନ୍ଦସହରର ସିଆନା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦ରେ ସେ କାନପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଅଷ୍ଟମ, ନବମ ଏବଂ ଦ୍ୱାଦଶ ଲୋକସଭା ସମୟରେ ବହରାଇଚ୍ ନିର୍ବାଚନ ମଣ୍ଡଳୀରୁ ସେ ସଂସଦ ପହଞ୍ଚିଥିଲେ । ଶାହାବାନୋ ମାମଲାରେ ରାଜୀବ ଗାନ୍ଧୀଙ୍କ ସହ ମତଭେଦ ପରେ ଆରିଫ ମହମ୍ମଦ ଖାନ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଛାଡିବା ପରେ ଖାନ ମାୟାବତୀଙ୍କ ପାର୍ଟି ବିଏସପିରେ ଯୋଗ ଦେଇଥିଲେ ଏବଂ ପରେ ବିଜେପିକୁ ଯାଇଥିଲେ । ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ବିହାର ବିଧାନସଭା ନିର୍ବାଚନରେ ଆରିଫ ମହମ୍ମଦ ଖାନଙ୍କୁ ବିହାରର ରାଜ୍ୟପାଳ କରି ଏନଡିଏ ସରକାର ଏକ ବଡ଼ ଗେମ୍ ଖେଳିଛନ୍ତି । ସେହି ନେତାଙ୍କ ମଧ୍ୟରେ ଆରିଫ ମହମ୍ମଦ ଅଛନ୍ତି ଯିଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅତି ନିକଟତର ଅଟନ୍ତି ।