କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସାମାଜିକ ସ୍ତରରେ ବାସନ୍ଦ ହେବେ । ଏଭଳି ଏକ ବିବୃତ୍ତି ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ରାଜ୍ୟପାଳ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ସେ କୋ÷ଣସି ସଭା, ସମିତି ଅଥବା ବୈଠକରେ ଏକତ୍ର ଉପସ୍ଥିତ ରହିବେ ନାହିଁ । କଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ବଳାକ୍ରାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଉତ୍ତେଜନା ଲାଗି ରହିଥିବା ପରିପ୍ରେକ୍ଷୀରେ ରାଜ୍ୟପାଳ ଏଭଳି ଘୋଷଣା କରିଛନ୍ତି । ଏପରିକି ସେ ମମତାଙ୍କୁ ‘ଲେଡି ମ୍ୟାକବେଥ୍ ଅଫ ବେଙ୍ଗଲ’ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି । ବୋଷ କହିଛନ୍ତି, ମମତା କେବେହେଲେ ଅପରାଧୀଙ୍କୁ ଘଣ୍ଟ ଘୋଡାଇ ପାରିବେ ନାହିଁ । ଗୃହ ବିଭାଗ ମନ୍ତ୍ରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କୁ, ବିଶେଷକରି ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ବିରୋଧ ବିକ୍ଷୋଭରେ ଭାଗ ନେଉଛନ୍ତି । ରାସ୍ତାଘାଟ, ହସପିଟାଲ ଏବଂ ସହରର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ବଢିବାରେ ଲାଗିଛି । ଏହାକୁ ନେଇ ଜନଆକ୍ରୋଶ ବୃଦ୍ଧିପାଉଛି । ତେଣୁ ସେ ମମତାଙ୍କ ସହିତ ଗୋଟିଏ ମଞ୍ଚରେ ଏକତ୍ର ବସିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ ବଳାକ୍ରାର-ହତ୍ୟା ବିରୋଧରେ ଚାଲିଥିବା ବିକ୍ଷୋଭ ପରିପ୍ରେକ୍ଷୀରେ ନ୍ୟାୟ ପ୍ରଦାନ ନିମନ୍ତେ ସେ ନିଜ ଚୋ÷କି ଛାଡିବାକୁ ପ୍ରସ୍ତୁତ ବୋଲି ମମତା କହିବା ପରେ ରାଜ୍ୟପାଳ ଏଭଳି ମନ୍ତବ୍ୟ ଦେଇଛନ୍ତି । ତେବେ ରାଜ୍ୟପାଳଙ୍କର ଏଭଳି ବିବୃତ୍ତିକୁ ନେଇ ତୃଣମୂଳ କଂଗ୍ରେସ ନିଜର ସ୍ୱର ଶାଣିତ କରିଛି । ଦଳର ମୁଖପାତ୍ର କୁନାଲ ଘୋଷ ରାଜ୍ୟପାଳଙ୍କୁ ସମାଲୋଚନା କରିବା ସହିତ କହିଛନ୍ତି, ରାଜ୍ୟପାଳ ଏଭଳି ମନ୍ତବ୍ୟ ଦେବା ଆଦୋ÷ ସମୀଚୀନ ନୁହେଁ । ସେ ରାଜନୈତିକ ଉଦେ୍ଦଶ୍ୟ ରଖି ଏଭଳି ମନ୍ତବ୍ୟ ଦେଉଥିବା ଶ୍ରୀ ଘୋଷ କହିଛନ୍ତି, ଯାହା ତାଙ୍କ ପଦ ମର୍ଯ୍ୟାଦାକୁ ଉଲ୍ଲଘଂନ କରୁଛି ।