ଫୁଲବାଣୀ: ଫୁଲବାଣୀରେ ଶବ ସତ୍କାର ପାଇଁ କାଠର ଅଭାବ ଥିବା ଅଭିଯୋଗ ହେଉଥିବା ବେଳେ ଶବଦାହ ପାଇଁ ଲୋକେ ବାଧ୍ୟ ହୋଇ ପୁରୀକୁ ଯାଉଛନ୍ତି। କନ୍ଧମାଳ ଜିଲ୍ଲାରେ ଶତକଡ଼ା ୬୨ ଭାଗ ଜଙ୍ଗଲ ରହିଥିବା ବେଳେ ବିଭିନ୍ନ ସମୟରେ ଶବଦାହ ପାଇଁ କାଠ ନ ପାଇ ଲୋକେ ହନ୍ତସନ୍ତ ହେଉଛନ୍ତି। ୨ ଦିନ ତଳେ ବସ ଧକ୍କାରେ ତ୍ରିଲୋଚନ ପ୍ରଧାନ ନାମକ ଗାଡ଼ିମାଲିକଙ୍କର ମୃତ୍ୟୁ ଘଟିଥିବା ବେଳେ ଶବ ସତ୍କାର ପାଇଁ କାଠ ନିଗମରେ କାଠ ଉପଲବ୍ଧ ନଥିବା ଅଭିଯୋଗ ହୋଇଛି।
ସୂଚନଯୋଗ୍ୟ ଯେ, ଜଙ୍ଗଲରେ ଗଛ ଶୁଖି କାଠ ପଡି ନଷ୍ଟ ହେଉଥିବା ବେଳେ କାଠ ବାହାର ଜିଲ୍ଲା କୁ ଚାଲାଣ ହେଉଛି। ବନ ବିଭାଗ ପକ୍ଷରୁ ଫୁଲବାଣୀ ସହର ମଧ୍ୟରେ ଥିବା କାଠ ଡିପୋ ବା ନିଗମରେ ଶବଦାହ କରିବା ନିମନ୍ତେ କାଠ ମହଜୁଦ ରହୁଥିବା ବେଳେ ଗତ କିଛି ଦିନରୁ କାଠ ଡିପୋ ରେ କାଠର ଅଭାବ ଫଳରେ ଫୁଲବାଣୀ ସହରବାସୀ ଶବଦାହ କରିବା କୁ କାଠ ନପାଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଯେଉଁ ମାନେ ଧନୀ ଶ୍ରେଣୀ ର ବ୍ୟକ୍ତି କିମ୍ବା ଆର୍ଥିକ ଅବସ୍ଥା ସଚଳ ସେହିମାନେ ଶବ ସତ୍କାର କରିବା ପାଇଁ କାଠ ନପାଇ ପୁରୀ ସ୍ୱର୍ଗ ଦ୍ୱାର ନାଉଥିବା ବେଳେ ଗରିବ ଲୋକ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।
ଅପରପକ୍ଷରେ ଫୁଲବାଣୀ କାଠଡିପୋ ର କର୍ମଚାରୀ ମାନେ ବିଭାଗୀୟ କର୍ମଚାରୀ ମାନେ ଇଟାଭାଟି ଗଢୁଥିବା ଲୋକଙ୍କୁ ଏବଂ ହୋଟେଲ ମାଲିକ ମାନଙ୍କୁ ବିକ୍ରି କରୁଥିବା ଜନ ସାଧାରଣ ରେ ଆଲୋଚନା ହେଉଛି। ଏହି କଳାବଜାରୀ ଯୋଗୁଁ କାଠ ଶବ ସତ୍କାର ପାଇଁ ମିଳୁନାହିଁ। ବନ ବିଭାଗ ନିଗମର ଏସ ଡ଼ି ଏମ ପଦକ୍ଷେପ ନନେବା ଯୋଗୁଁ କାଠ ସଂଗ୍ରହ ହୋଇ ପାରୁନଥିବା ବେଳେ ୩ ବର୍ଷ ତଳେ ଶବସତ୍କାର ପାଇଁ ମୁନିସିପାଲିଟି ପକ୍ଷରୁ ପଟାବାଲି ସାହି ମଶାଣି ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟ ରେ ଇଲେକ୍ଟ୍ରିକ ଚୁଲା ନିର୍ମିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ତେବେ କାଠଡିପୋରେ କଳା ବଜାରୀ କୁ ବନ୍ଦ କରି କାଠ ମହଜୁଦ ରଖିବା ପାଇଁ ଓ ଇଲେକ୍ଟ୍ରିଚୁଲା କାର୍ଯ୍ୟକ୍ଷମ କରାଯିବାକୁ ଦାବୀ ସହିତ ଏନେଇ କ୍ଷିପ୍ର ନ୍ୟାୟିକ ମଞ୍ଚ ପକ୍ଷରୁ ପ୍ରଶାସନ ଠାରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।