ଗତ କିଛି ଦିନ ଧରି ଲଗାତାର ବର୍ଷା ହେତୁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଏଥି ଯୋଗୁଁ ରାଉରକେଲା ସହରର ଖାଲୁଆ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେଥିପାଇଁ ପ୍ରଶାସନ ପକ୍ଷରୁ ମନ୍ଦିରା ଡ୍ୟାମ୍ର ୧୦ଟି ଗେଟ୍ ଖୋଲାଯାଇଛି।
ଡ୍ୟାମ୍କୁ ୫୩,୦୫୭ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିଲା ବେଳେ ୫୩,୧୬୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଡ୍ୟାମ୍ର ଜଳସ୍ତର ୬୭୯.୫୦ ଫୁଟ୍ ରହିଛି। ନଦୀର ଜଳସ୍ତର ବଢ଼ିବାରୁ ବୁଧବାର ରାତିରେ ବାଲିଘାଟର ତଳବସ୍ତିରେ ପାଣି ପଶିଥିଲା। ସୂଚନା ପାଇ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ର ଅଧିକାରୀ ଓ କର୍ମଚାରୀ ବସ୍ତିରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହିତ ସେମାନଙ୍କୁ ଖାଇବା ଯୋଗାଇ ଦେଇଥିଲେ।ନଦୀର ଜଳସ୍ତର ବୃଦ୍ଧି ଉପରେ ଚବିଶ ଘଣ୍ଟିଆ ନଜର ରଖାଯାଇଥିବା ପ୍ରଶାସନ ପାଖୟରୁ କୁହାଯାଇଛି ।