କଲକାତା: ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀଙ୍କୁ ବଳାକ୍ରାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ଧାରଣା ବିକ୍ଷୋଭ ଚଳାଇଥିବା ଡାକ୍ତର ଓ ଡାକ୍ତରୀ ଛାତ୍ର କାର୍ଯ୍ୟବନ୍ଦ ଆନେ୍ଦାଳନରୁ ଓହରିଛନ୍ତି । ସେମାନେ ଶନିବାର ଠାରୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବାରେ ଯୋଗଦେବେ । ତେବେ ଓପିଡି ସେବା ଓ ସ୍ଥିରୀକୃତ ଅସ୍ତ୍ରୋପଚାର କାର୍ଯ୍ୟରେ ସେମାନେ ସାମିଲ ହେବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେମାନଙ୍କର ନିରାପତ୍ତା ପ୍ରସଙ୍ଗକୁ ନେଇ ରାହଜ୍ୟ ସରକାର ପୂର୍ଣ୍ଣ ଭରସା ଦେବାପରେ ସେମାନେ ଏହିସବୁ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଛନ୍ତି ।
ଧାରଣାରତ କନିଷ୍ଠ ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ଯେ ସେମାନେ ସର୍ତ୍ତମୂଳକ ଭାବରେ କାର୍ଯ୍ୟବନ୍ଦ ଆନେ୍ଦାଳନରୁ ଓହରିଛନ୍ତି । ଏବେ କେବଳ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇବେ । କିନ୍ତୁ ଓପିଡି ଓ ଅସ୍ତ୍ରୋପଚାର ଭଳି କାର୍ଯ୍ୟରେ ଯୋଗଦେବେ ନାହିଁ । ଜଣାଯାଇଛି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତରେ ଯାଇଛନ୍ତି । ଧାରଣା ଦେଇଥିବା କନିଷ୍ଠ ଡାକ୍ତରମାନଙ୍କ ସହିତ ବୁଧବାର ଅନୁଷ୍ଠିତ ଶେଷ ବୈଠକରେ ମୁଖ୍ୟ ଶାସନ ସଚିବ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ ଧାରଣାରତ କନିଷ୍ଠ ଡାକ୍ତରଙ୍କ ସର୍ତ୍ତ ଏବଂ ନିରାପତ୍ତା ସମ୍ପର୍କିତ ପ୍ରସ୍ତାବକୁ ଗ୍ରହଣ କରିଥିଲେ ।
ଶୁକ୍ରବାର ମୁଖ୍ୟଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ରଲେଖି ହସପିଟାଲଗୁଡିକରେ ଅନ୍-ଡୁ୍ୟଟି ରୁମ୍, ଗାଧୁଆ ଘର, ସିସିଟିଭି, ପୋଲିସ ଓ ନିରାପତ୍ତା ରକ୍ଷୀ ମୁତୟନ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି । ତାହାସହିତ ସମସ୍ତ ସରକାରୀ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିବାକୁ କୁହାଯାଇଛି । ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି ଯେ ଏହା ସେମାନଙ୍କର ଆଂଶିକ କାର୍ଯ୍ୟକ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ ହେବ । ତାହା ଅର୍ଥ ନୁହେଁ, ସେମାନେ ବିକ୍ଷୋଭରୁ ସମ୍ପୂର୍ଣ୍ଣ ଓହରି ଯାଉଛନ୍ତି । ଆବଶ୍ୟକ ହେଲେ ସେମାନେ ପୁଣି କାର୍ଯ୍ୟବନ୍ଦ ଆନେ୍ଦାଳନ କରିବେ । ତାହାସହିତ ଆଇନଗତ ଲଢେଇ ମଧ୍ୟ ଜାରି ରହିବ ଏବଂ ୩୧ ବର୍ଷ ବୟସ୍କା ଡାକ୍ତରୀ ଛାତ୍ରୀଙ୍କର ବଳାକ୍ରାର ଓ ହତ୍ୟା ମାମାଲାର ତୁରନ୍ତ ବିଚାର ସହିତ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି ସେମାନେ ଜାରି ରଖିବେ ।