ବାଲିଗୁଡ଼ା: କିଛି ଦିନର ନୀରବତା ପରେ ପୁଣି ସ୍ଥିତି ଜାହିର କରିଛି ଲାଲ୍ ବାହିନୀ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ୫୯ ନଂ ଜାତୀୟ ରାଜପଥ କଡ଼ରେ କେକେବିଏନ ମାଓ ସଙ୍ଗଠନ ପକ୍ଷରୁ ବ୍ୟାନର ଜାରି କରାଯାଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ସେପ୍ଟେମ୍ବର ୨୧ ତାରିଖରୁ ୨୭ ତାରିଖ ଯାଏଁ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି ମାଓ ସଂଗଠନ । ଏନେଇ ମାଓ ସଂଗଠନ ପକ୍ଷରୁ ପ୍ରତି ଗାଁରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ବ୍ୟାନର ମାଧ୍ୟମରେ ଆହ୍ବାନ କରାଯାଇଛି । ଅପରପକ୍ଷରେ ଯୁବକ ଯୁବତୀମାନେ ପିଏଲଜିଏରେ ଭର୍ତ୍ତି ହୁଅନ୍ତୁ ବୋଲି ଉକ୍ତ ବ୍ୟାନରରେ ଉଲ୍ଲେଖ ଅଛି। ଏହା ସହିତ ସହିଦଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ନେଇ ଉକ୍ତ ବ୍ୟାନରରେ ଉଲ୍ଲେଖ ଅଛି ।