୨ଦିନ ତଳେ ଆମ୍ଆଦମୀପାର୍ଟିର ବରିଷ୍ଠ ନେତ୍ରୀ ଆତିଶୀ ମାର୍ଲେନା। କ୍ୟାବିନେଟ୍ ସହ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋମବାର ସେ ଦିଲ୍ଲୀ ସଚିବାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ରଖାଯାଇଥିବା ଦେଖିବାକୁ ମିଳିଛି। ଅରବିନ୍ଦ କେଜରିୱାଲଙ୍କ ଚେୟାରକୁ ତାଙ୍କ ପାଖରେ ରଖି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆତିଶୀ କହିଛନ୍ତି ଯେ, ‘ପ୍ରଭୁ ରାମଙ୍କ କଠଉକୁ ସିଂହାସନରେ ରଖି ଭରତ ଯେପରି କାମ କରିଥିଲେ ସେହିଭଳି ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଆଗାମୀ ଚାରିମାସ କାର୍ଯ୍ୟ କରିବେ। ଆଶା କରାଯାଉଛି ଯେ ଫେବୃଆରୀରେ ପ୍ରସ୍ତାବିତ ନିର୍ବାଚନରେ ଲୋକମାନେ ଅରବିନ୍ଦ କେଜରିୱାଲଙ୍କୁ ଫେରାଇ ଆଣିବେ, ସେପର୍ଯ୍ୟନ୍ତ ତାଙ୍କ ଚେୟାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିବ। କେଜରିୱାଲ ରାଜନୀତିରେ ସମ୍ମାନ ଏବଂ ନୈତିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି।’
ସୂଚନାଯୋଗ୍ୟ, ଆତିଶୀ ଶନିବାର ତାଙ୍କ କ୍ୟାବିନେଟ ସହିତ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। କେଜରିୱାଲ ସରକାରଙ୍କ ସମୟରେ ସେ ରଖିଥିବା ୧୩ଟି ବିଭାଗକୁ ନିଜ ପାଖରେ ରଖିଛନ୍ତି, ଯେଉଁଥିରେ ଶିକ୍ଷା, ରାଜସ୍ବ, ଅର୍ଥ, ଶକ୍ତି ଏବଂ ଜନ କାର୍ଯ୍ୟ ଆଦି ବିଭାଗ ଅନ୍ତର୍ଭୁକ୍ତ। ସେହିପରି ସୌରଭ ଭରଦ୍ୱାଜ ଶନିବାର ଦାୟିତ୍ୱ ଗ୍ରହଣ କରିଥିଲେ। ଆତିିଶୀ ପରେ ଭରଦ୍ୱାଜଙ୍କ ନିକଟରେ ସର୍ବାଧିକ ୮ଟି ବିଭାଗର ଦାୟିତ୍ୱ ରହିଛି।ଏହି ବିଭାଗ ଗୁଡ଼ିକ ହେଲା ଶିକ୍ଷା, ରାଜସ୍ୱ, ଅର୍ଥ, ଶକ୍ତି ଓ ପୂର୍ତ୍ତବିଭାଗ (ପିଡବ୍ଲ୍ୟୁଡି)। ଆତିଶୀ ସରକାରରେ ନୂଆମନ୍ତ୍ରୀ ହୋଇଥିବା ମୁକେଶ ଅହଲାୱତଙ୍କୁ ଶ୍ରମ, ଅନୁସୂଚିତ ଜାତି ଓ ଜନଜାତି, ନିଯୁକ୍ତି ଓ ଜମି ଓ ନିର୍ମାଣ ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ଆମ୍ଆଦମୀପାର୍ଟି ଦିଲ୍ଲୀର ପ୍ରଭାରୀ ଗୋପାଳରାୟଙ୍କୁ ଉନ୍ନୟନ, ସାଧାରଣ ପ୍ରଶାସନ ବିଭାଗ, ପରିବେଶ ଓ ଜଙ୍ଗଲ ବିଭାଗ ଦାୟିତ୍ୱ ଦିଆଯାଇଛି। ନଜଫଗଡ଼ରୁ ବିଧାୟକ କୈଳାସ ଗେହଲୋଟଙ୍କ ଦାୟିତ୍ୱରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସେ ପରିବହନ, ଗୃହ, ପ୍ରଶାସନିକ ସଂସ୍କାର, ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱ ତୁଲାଇବେ। ଦିଲ୍ଲୀର ବାଲିମରାନ ବିଧାନସଭା ଆସନରୁ ଦୁଇଥର ବିଧାୟକ ହୋଇଥିବା