କଲମ୍ବୋ: ଆମେ ଭାରତ ଓ ଚୀନ ମଧ୍ୟରେ ସ୍ୟାଣ୍ଡୱିଚ ହେବାକୁ ଚାହୁଁନାହୁଁ । ତାଙ୍କ ରାଷ୍ଟ୍ର କୋ÷ଣସି ଶକ୍ତି ପ୍ରଦର୍ଶନକାରୀ ଗୋଷ୍ଠୀରେ ସାମିଲ ହେବନାହିଁ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ଉଭୟ ଭାରତ ଓ ଚୀନ ତାଙ୍କ ପାଇଁ ମୂଲ୍ୟବାନ ବନ୍ଧୁ ରାଷ୍ଟ୍ର ଅଟନ୍ତି । ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଅନୁରା କୁମାରା ଦିସାନାୟେକେ ତାଙ୍କ ସରକାରଙ୍କର ନୂଆ ବିଦେଶ ନୀତି ସମ୍ପର୍କରେ ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି, ଶ୍ରୀଲଙ୍କା କେବେହେଲେ ଭାରତ ଓ ଚୀନ ମଧ୍ୟରେ ଚାପି ହୋଇ ଅଣନିଃଶ୍ୱାସୀ ହେବାକୁ ଚାହୁଁନାହିଁ । ଶ୍ରୀ ଦିସାନାୟେକେ କହିଛନ୍ତି ଉ ଭୟ ରାଷ୍ଟ୍ର ଶ୍ରୀଲଙ୍କାର ମୂଲ୍ୟବାନ ମିତ୍ର ଏବଂ ଏନପିପି କାର୍ଯ୍ୟକ୍ରମ ଅଧୀନରେ ସେମାନେ ଘନିଷ୍ଠ ସହଯୋଗୀ ହେବେ ବୋଲି ଶ୍ରୀଲଙ୍କା ଆଶା କରୁଛି ।
ଶ୍ରୀଲଙ୍କା ମଧ୍ୟ ଇୟୁ, ମଧ୍ୟ ପ୍ରାଚ୍ୟ ଏବଂ ଆଫି୍ରକା ସହିତ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛି । ମାର୍କ୍ସିଷ୍ଟ ଜନତା ବିମୁକ୍ତି ପେରାମୁନା ପାର୍ଟିର ବିସ୍ତାରିତ ସାମ୍ମୁଖ୍ୟ ନ୍ୟାସନାଲ ପିପୁଲ୍ସ ପାୱର (ଏନପିପି) ନେତା ଦିସାନାୟେେକେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାମାଗି ଜନ ବଲୱେଗାୟା (ଏସଜେବି)ର ସାଜିଥ ପ୍ରେମଦାସାଙ୍କୁ ଦେଶରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ପରାସ୍ତ କରିଥିଲେ । ରାଷ୍ଟ୍ରପତି ଅନୁରା କହିଛନ୍ତି, ଅର୍ଥନୈତିକ ସଙ୍କଟରୁ ଦେଶକୁ ବଞ୍ଚାଇବା ତାଙ୍କ ସରକାର ନିମନ୍ତେ ପ୍ରଥମ କାର୍ଯ୍ୟ ହେବ ।