ଭୁବନେଶ୍ୱର: ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନଡ୍ଡା ପୂର୍ବାହ୍ନ ୧୧ଟା ସମୟରେ ଭୁବନେଶ୍ବର ବିମାନ ବନ୍ଦରରେରେ ପହଂଚିବା ପରେ ପାର୍ଟି କାର୍ଯ୍ୟାଳୟକୁ ଆସି ସଦସ୍ୟତା ଅଭିଯାନ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ଏହି ବୈଠକରେ ଦଳର ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା ହେବା ନେଇ ସୂଚନା ମିଳିଛି । ୧୧ଟାରୁ ୧ଟା ପର୍ଯ୍ୟନ୍ତ ସେ ରାଜ୍ୟ କାର୍ଯ୍ୟାଳୟରେ ରହିବେ।
ସୂଚନାଯୋଗ୍ୟ ଯେ, ବୁଧବାର ନଡ୍ଡା ଦିନ ୧୧ଟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଏ.ଜି ଛକରେ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହି କାର୍ଯ୍ୟକ୍ରମ ପରେ ବିଜେପିର ସଦସ୍ୟତା ଅଭିଯାନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଓ ଯୁବବର୍ଗଙ୍କୁ ସାମିଲ କରିବା ସହ ସେମାନଙ୍କ ସହିତ ଆଲୋଚନା କରିବେ । ଏହାପରେ ଦିନ ୧୨. ୩୦ଟାରେ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ବୈଠକରେ ଯୋଗ ଦେଇ ସେମାନଙ୍କ ସହ ଚର୍ଚ୍ଚା ଆଲୋଚନା କରିବେ। ତେବେ ସଦସ୍ୟତା ଅଭିଯାନ-୨୦୨୪କୁ ସର୍ବବ୍ୟାପୀ ଓ ଗତିଶୀଳ କରିବା ନଡ୍ଡାଙ୍କ ଓଡିଶା ଗସ୍ତର ମୂଳ ଉଦ୍ଦେଶ୍ୟ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି।