ବାଲିଗୁଡ଼ା : ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ ନର୍ସିଂ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନର ପ୍ରଭାବ ସିଧାସଳଖ ସ୍ବାସ୍ଥ୍ୟସେବା ଉପରେ ପଡିଥିବା ଦେଖିବାକୁ ମିଳିଛି। ଶନିବାର ଆନ୍ଦୋଳନର ଦ୍ଵିତୀୟ ଦିନରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା। ଉପଖଣ୍ଡ ଚିକିତ୍ସାଳୟରେ ଥିବା ରୋଗୀଙ୍କୁ ଚିକିତ୍ସା ନକରି ଡାକ୍ତର ସେମାନଙ୍କୁ ବାଧ୍ୟତାମୂଳକ ଡିସଚାର୍ଜ କରିଦେଇଥିବା ସୂଚନା ମିଳିଛି ।
ତେବେ ଏହାର ସିଧାସଳଖ ପ୍ରଭାବ ଡିସଚାର୍ଜ ହୋଇଥିବା ରୋଗୀ ଏବଂ ତାଙ୍କ ପରିବାର ଉପରେ ପଡିଥିଲା । ଅପରପକ୍ଷରେ ଅଧିକାଂଶ ଶିଶୁ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଜଣେ ଶିଶୁ ରୋଗୀଙ୍କୁ ରକ୍ତ ଦେବାକୁ ମଧ୍ୟ ନର୍ସ କିମ୍ବା ଡାକ୍ତର ପହଞ୍ଚି ନଥିବା ଅଭିଯୋଗ ହୋଇଥିଲା । ଏନେଇ ତୀବ୍ର ଜଣ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଲୋକେ ଦାବି କରିଥିଲେ।