ଭୁବନେଶ୍ୱର: ଗତ ସେପ୍ଟେମ୍ବର ୨ ତାରିଖରୁ ବିଜେପିର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ଦେଶବ୍ୟାପୀ ଆରମ୍ଭ ହୋଇସାରିଥିବା ବେଳେ ଓଡିଶାରେ ଏହି କାର୍ଯ୍ୟକ୍ରମ ଜାରି ରହିଛି । ରାଜ୍ୟରେ ବିଜେପିର ସଦ୍ୟସତା ଅଭିଯାନକୁ ଆଗକୁ ନେବା ସହିତ ନୂଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପ୍ରକ୍ରିୟା ଜାରୀ ରହିଥିବା ବେଳେ ପ୍ରାଥମିକ ସଦସ୍ୟ ଅଭିଯାନ ସମାପ୍ତି ହେବା ପରେ ସକ୍ରିୟ ସଦସ୍ୟ ପ୍ରକ୍ରିୟା ଆରମ୍ଭ ହେବ ।
ରାଜ୍ୟରେ ସକ୍ରିୟ ସଦସ୍ୟ ପ୍ରକ୍ରିୟାର ସମୀକ୍ଷା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଥିବା ସୂଚନା ମିଳିଛି । ଏହି କମିଟିର ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ ଓ ରାଜ୍ୟ ସଂଯୋଜକ ସାଂସଦ ଅନନ୍ତ ନାୟକ ହୋଇଥିବା ସୂଚନା ମିଳିଛି । ସେହିପରି ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର ଏହି ସମିତିର ସଦସ୍ୟ ଅଛନ୍ତି ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।