ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା । ଅନେକ କାରଣ ରହିଛି ମୁଣ୍ଡ ବିନ୍ଧାର ଯେମିତିକି ରାତି ଅନିଦ୍ରା ରହିବା ,ଅଧିକ ସମୟ ମୋବାଇଲ ବ୍ୟବହାର କରିବା , ଖାଇବା ସମୟ ଅତିବାହିତ ପରେ ଖାଇବା ଏମିତି ଅନେକ କାରଣ ରହିଥାଏ ।ବେଳେବେଳେ ଯନ୍ତ୍ରଣା ଏତେ ଭୟଙ୍କର ହୋଇଥାଏ ଯେ ତକିଆରେ ମୁଣ୍ଡ ରଖି ଶୋଇବା ମଧ୍ୟ କଷ୍ଟକର ହୋଇଯାଏ । ଅନେକ ଔଷଧ ଖାଇବା ପରେ ମଧ୍ୟ ଯନ୍ତ୍ରଣା ଦୂର ହୁଏ ନାହିଁ। ମୁଣ୍ଡବିନ୍ଧାକୁ ଚୁଟକିରେ ଗାଏବ କରିଦେବ ଆସନ୍ତୁ ଜାଣିବା ଘରୋଇ ଉପଚାର …
ସେଉ ସହ ହାଲକା ଲୁଣ ମିଶାଇ ଖାଇବା ମଧ୍ୟ କିଛି ମିନିଟ୍ ମଧ୍ୟରେ ମୁଣ୍ଡବିନ୍ଧାରୁ ଉପଶମ ମିଳି ଥାଏ । ଯଦି ଆପଣ ଗୋଟିଏ ସେଉ ପ୍ରତିଦିନ ଖାଇବେ ତେବେ ଆପଣଙ୍କ ପାଇଁ ଲାଭଦାୟକ ହେବ।
ଲବଙ୍ଗ ଚୋବାଇ ଖାଇବା ଦ୍ୱାରା ଅନେକ ରୋଗ ଭଲ ହୋଇଯାଏ। ଯଦିଓ ଆପଣ ଲବଙ୍ଗ ପାଣି ପ୍ରସ୍ତୁତ କରି ପିଅନ୍ତି, ତେବେ ଆପଣ ମୁଣ୍ଡବିନ୍ଧାରୁ ବହୁତ ଆରାମ ପାଇବ। ଯଦି ଆପଣ ଚାହାଁନ୍ତି, ଆପଣ ଏକ ରୁମାଲରେ ଲବଙ୍ଗ ବାନ୍ଧି ଏହାକୁ ଶୁଙ୍ଗିପାରିବେ। ଏମିତି କରିବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଯାଏ।
ତୁଳସୀ ପାଣି ପିଇବା ଦ୍ୱାରା ମଧ୍ୟ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ। ଯଦି ଆପଣ ଚାହାଁନ୍ତି, ଆପଣ ତୁଳସୀ ଓ ଅଦା ମିଶାଇ ଏହାର ପାଣି ପିଇପାରିବେ। ମୁଣ୍ଡବିନ୍ଧାରୁ ମୁକ୍ତି ପାଇପାରିବେ। ପ୍ରତିଦିନ ଖାଦ୍ୟରେ ଦହି କିମ୍ବା ଲସି ସର୍ବତ ସାମିଲ କରନ୍ତୁ । ଦହିରେ କ୍ୟାଲସିୟମ୍ ଥାଏ ଯାହା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ । ନଡିଆ ପାଣି ପୋଷକ ତତ୍ତ୍ୱର ଭଣ୍ଡାର ହୋଇଥାଏ । ନଡିଆରେ ପୋଟାସିୟମ, ଫାଇବର, ପ୍ରୋଟିନ୍ ଓ ଭିଟାମିନ୍- ସି ଥାଏ । ଏହାକୁ ପ୍ରତିଦିନ ପିଇଲେ ମୁଣ୍ଡବିନ୍ଧା ସମସ୍ୟାରୁ ଆରାମ ପାଇବେ ।