ଇସଲାମାବାଦ: ବିବାଦୀୟ ଇସଲାମିକ ମୋ÷ଲବୀ ଜାକିର ନାଏକଙ୍କୁ ପାକିସ୍ତାନ ନାଗରିକ ତାତ୍ସଲ୍ୟ କରିଛନ୍ତି । ସମ୍ପ୍ରତି ମାଲୟେସିଆରେ ବାସ କରୁଥିବା ଜାକିର ପାକିସ୍ତାନ ଗସ୍ତ କରିବା ସମୟରେ ତାଙ୍କର ଅତିରିକ୍ତ ଜିନିଷପତ୍ର ପାଇଁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ତାଙ୍କୁ ୫୦ ପ୍ରତିଶତ ରିଆତି ପ୍ରଦାନ କରିନଥିଲା । ଏହି ଘଟଣାରେ ଜାକିର ପିଆଇଏକୁ ସମାଲୋଚନା କରିବା ପରେ ପାକିସ୍ତାନୀ ଜନସାଧାରଣ ଜାକିରଙ୍କୁ ତାତ୍ସଲ୍ୟ କରିବାକୁ ପଛାଇ ନାହାନ୍ତି । ଭାରତରେ ଘୃଣ୍ୟ ମନ୍ତବ୍ୟ ଦେବା ଏବଂ ସାମାଜିକ ସଂହତିରେ ଆଞ୍ଚ ଆଣିବା ଭଳି କାର୍ଯ୍ୟ କରୁଥିବା ଅଭିଯୋଗରେ ତଦନ୍ତକାରୀ ସଂସ୍ଥାଗୁଡିକ ତାଙ୍କୁ ଖୋଜୁଥିବାବେଳେ ସେ ୨୦୧୬ରେ ମାଲୟେସିଆ ଖସି ପଳାଇଥିଲେ ଏବଂ ସେଠାରେ ବାସ କରୁଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ଅକ୍ଟୋବର ୧ ତାରିଖରେ ଜାକିର ମାଲୟେସିଆରୁ ଆସି ପାକିସ୍ତାନରେ ପହଞ୍ଚିଥିଲେ ଏବଂ ତାଙ୍କର ଅକ୍ଟୋବର ୨୮ ପର୍ଯ୍ୟନ୍ତ ପାକିସ୍ତାନରେ ରହିବା କାର୍ଯ୍ୟକ୍ରମ ରହିଛି ।
କରାଚୀରେ ନିଜ ସମର୍ଥକମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ଜାକିର କହିଛନ୍ତି, ସେ ପାକିସ୍ତାନ ଆସୁଥିଲେ । ତାଙ୍କ ଜିନିଷପତ୍ର ପା୍ରୟ ୧ହଜାର କିଲୋଗ୍ରାମ ହୋଇଥିଲା । ସେ ପିଆଇଏର ସିଇଓଙ୍କ ସହିତ ଅତିରିକ୍ତ ଜିନିଷପତ୍ର ପରିବହନ ଭଡା ବାବଦରେ କଥା ହୋଇଥିଲେ । ଷ୍ଟେସନ ମ୍ୟାନେଜର ତାଙ୍କୁ ସହାୟତା କରିବାକୁ ପ୍ରତିଶୃତି ଦେଇଥିଲେ । ସେ ଯେତେବେଳେ କହିଲେ ଯେ ତାଙ୍କ ପାଖରେ ୫୦୦ରୁ ୬୦୦ କିଲୋଗ୍ରାମର ଅଧିକ ଜିନିଷପତ୍ର ରହିଛି, କାରଣ ତାଙ୍କ ସହିତ ଆଉ ଛଅଜଣ ଲୋକ ଆସୁଛନ୍ତି । ତାହାପରେ ଷ୍ଟେସନ ମ୍ୟାନେଜର ତାଙ୍କୁ ୫୦ ପ୍ରତିଶତ ରିଆତି ଦେଇଥିଲେ । ଜାକିର ଏହା ମଧ୍ୟ କହିଥିଲେ ଯେ ସେ ତାଙ୍କ ସହିତ ଆଉ ଚାରିଜଣ ଲୋକଙ୍କୁ ଆଣିବେ ଏବଂ ଏହାଦ୍ୱାରା ଜିନିଷପତ୍ର ବାବଦ ଭଡା ହ୍ରାସ ପାଇବ । ସେ ଉକ୍ତ ଜନିଷପତ୍ର ମାଗଣାରେ ପରିବହନ କରିବା ଅଥବା ତାହା ନଆଣିବାକୁ କହିଥିଲେ । ଉକ୍ତ ୫୦ ପ୍ରତିଶତ ରିଆତିକୁ ଜାକିର ଅଗ୍ରାହ୍ୟ କରିଦେଇଥିଲେ । ଭାରତରେ ତାଙ୍କୁ ଅଣ ମୁସଲମାନ ମଧ୍ୟ ଏହି ଅତିରିକ୍ତ ସାମଗ୍ରୀ ପରିବହନ ଭଡା ଛାଡି ଦେଇଥାନ୍ତେ ବୋଲି ସେ କହିଛନ୍ତି । ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ଅନେକ ପାକିସ୍ତାନୀ ନାଗରିକ ଜାକିରଙ୍କୁ ତାତ୍ସଲ୍ୟ ଓ ସମାଲୋଚନା କରିଛନ୍ତି । କିଛି ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ରାଷ୍ଟ୍ର ଅତିଥିଙ୍କୁ ବୁଦ୍ଧିମତ୍ତାର ସହିତ ମନୋନୀତ କରିବା ଉଚିତ ।