ସାଧାରଣତଃ ଲୋକମାନେ ବର୍ଷା ପିଜା, ପାସ୍ତା, ବରଗଡ ଠାରୁ ଆରମ୍ଭ କରି ସାଲାଡ ପର୍ଯ୍ୟନ୍ତ ସବୁକିଛିରେ ମକା ବହୁଳ ଭାବରେ ବ୍ୟବହୃତ ହେଉଛି । ମକା କେବଳ ପାଟିକୁ ସ୍ୱାଦ ପାଇଁ ନୁହେଁ, ବରଂ ଏହାର ଚମତ୍କାର ଗୁଣ ରହିଛି । ମକାରେ ପୋଷକ ତତ୍ତ୍ୱରେ ଭରପୂର ରହିଛି । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ପ୍ରଭାବଶାଳୀ। ମକା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ । ଆସନ୍ତୁ ଜାଣିବା ମକାର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକାରିତା ।
କୋଲେଷ୍ଟ୍ରଲ ହ୍ରାସ କରେ :- ମଧୁମେହ ରୋଗୀମାନଙ୍କ ପାଇଁ ମକା ବେଶ ଲାଭଦାୟକ । ମକରେ ପୋଷକତତ୍ତ୍ୱ ଭରପୂର ରହିଥାଏ ଯାହାଫଳରେ କୋଲେଷ୍ଟ୍ରଲ କୁ ସ୍ତରକୁ ନିୟନ୍ତ୍ରଣ କରେ ।
ହଜମ କରେ :- ମକା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ କୋଷ୍ଠକାଠିନ୍ୟକୁ ରୋକିବାରେ ସହାୟକ ହୋଇଥାଏ ।
ଦୃଷ୍ଟିଶକ୍ତି ଉନ୍ନତି ଆଣେ :- ମିଠା ମକା ବିଟା କାରୋଟିନ୍ ଏବଂ ଭିଟାମିନ୍ ଏରେ ଭରପୂର ଅଟେ, ଯାହା ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ । ଏହି କାରୋଟିନଏଡଗୁଡିକ ଆଖିରେ ମାକୁଲାର ଡିଜେରେନ୍ସକୁ ମଧ୍ୟ ହ୍ରାସ କରିଥାଏ ।