ଲାଓସ : ଏସିଆନ-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦି ଭିଏତନାମର ଲାଓସ ଗସ୍ତରେ ଅଛନ୍ତି। ତେବେ ଏହି ଗସ୍ତ ସମୟରେ ସେ ଜାପାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସହ ସାକ୍ଷାତ କରି ଭାରତ ଓ ଜାପାନର ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଏହି ସାକ୍ଷାତକାର ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଇଶିବାଙ୍କୁ ତାଙ୍କର ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ଜାପାନଙ୍କୁ ଶୀର୍ଷ ସ୍ଥାନକୁ ନେବା ପାଇଁ ତାଙ୍କ ସଫଳତା କାମନା କରିଛନ୍ତି। ଏହି ସମୟରେ ଭାରତ ଏକ ବିଶ୍ୱସନୀୟ ବନ୍ଧୁ ଏବଂ ରଣନୀତିକ ସହଯୋଗୀ ଭାବେ ଜାପାନ ସହ ସମ୍ବନ୍ଧକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଜାରି ରଖିବ ବୋଲି କହିଛନ୍ତି ମୋଦି।
ସାକ୍ଷାତକାର ସମୟରେ ଇଶିବା ଓ ମୋଦି ବାଣିଜ୍ୟ ଏବଂ ନିବେଶ, ମୌଳିକ ଢାଞ୍ଚାର ବିକାଶ, ରକ୍ଷା ଏବଂ ସୁରକ୍ଷା, ସେମିକଣ୍ଡକ୍ଟର, ଦକ୍ଷତା, ସଂସ୍କୃତି ଏବଂ ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଭାରତ-ଜାପାନ ବିଶେଷ ରଣନୀତିକ ଏବଂ ବୈଶ୍ୱିକ ସହଯୋଗ ଦିଗରେ ସମ୍ପର୍କ ବୃଦ୍ଧି ନେଇ ପ୍ରତିବଦ୍ଧତା ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଉଭୟ ନେତା ଭାରତ ଏବଂ ଜାପାନରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସମୃଦ୍ଧ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ଅପରିହାର୍ଯ୍ୟ ଭାଗିଦାରୀ ଏବଂ ଏହି ଲକ୍ଷ୍ୟ ହାସଲ କରିବାକୁ ମିଳିମିଶି କାମ କରିବା ସମ୍ପର୍କରେ ଆଲୋଚନା କରିଥିଲେ।