ଭୁବନେଶ୍ୱର: ପବିତ୍ର ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ସଂସ୍କୃତି ଓ ପରମ୍ପରାର ଅନ୍ୟତମ ମହାନ ପର୍ବ ଏହି ଶାରଦୀୟ ଦୁର୍ଗାପୂଜା ହୋଇଥିବା ବେଳେ ମା’ ଦୁର୍ଗା ହେଉଛନ୍ତି ନାରୀ ଶକ୍ତିର ପ୍ରତୀକ ବୋଲି କହିଛନ୍ତି ମନମୋହନ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଅଷ୍ଟମୀ, ନବରାତ୍ର ଓ ବିଜୟା ଦଶମୀର ଶୁଭେଚ୍ଛା ଜଣାଇବା ସହ ମା’ ଦୁର୍ଗତୀ ନାଶିନୀ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣନ୍ତୁ ବୋଲି କାମନା କରିିଛନ୍ତି ।