ପ୍ରତିଦିନର କିସମିସ୍ ଖାଇବା ଦ୍ୱାରା ଯେମିତି ଶରୀର ପାଇଁ ଲାଭଦାୟକ ହୋଇଥାଏ ସେମିତି କିିିସମିସ ଭିଜା ପାଣି ମଧ୍ୟ ପିଇଲେ ବହୁତୁ ଉପକାର ମିଳିଥାଏ। କିସ୍ମିସ୍ରେ ଅନେକ ଭିଟାମିନ୍ ଭରି ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ। କିସ୍ମିସ୍କୁ ରାତିସାରା ପାାଣିରେ ଭିଜେଇ ରଖି ସକାଳେ ଖାଲି ପେଟରେ ସେହି ପାଣି ପିିଇବା ଦ୍ୱାରା ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ତେବେ ଆସନ୍ତୁ ଜାଣିବା କଣ ଫାଇଦା ମିଳିଥାଏ।
ଶରୀରକୁ ଶକ୍ତି ମିଳେ: ନିୟମିତ କିସମିସ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ଏଥିରେ କୋଲେଷ୍ଟ୍ରଲ ବି ନଥାଏ। ଏଥିପାଇଁ ଏହା ହୃଦରୋଗୀଙ୍କ ପାଇଁ ଲାଭଦାୟୀ ହୋଇଥାଏ।
ଓଜନ ହ୍ରାସ କରେ: ଯଦି ଆପଣ ମୋଟାପଣର ଶିକାର ହୋଇଛନ୍ତି ତେବେ ଆପଣଙ୍କ ପାଇଁ କିସମିସ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। କାରଣ ନିୟମିତ କିସମିସ ଖାଇଲେ ଏହା ଓଜନ ହ୍ରାସ କରିଥାଏ।
ହାଡ଼କୁ ମଜବୁତ କରେ: କିସମିସରେ ଭରପୂର ପରିମାଣରେ କ୍ୟାଲସିୟମ ଥାଏ। ଫଳରେ ଏହା ହାଡ଼କୁ ମଜବୁତ କରିଥାଏ। କିସମିସରେ ଫାଇବର ଅଂଶ ଥିବାରୁ ଏହା ପାଚନ କ୍ରିୟା ମଧ୍ୟ ଠିକ ଭାବେ କରାଇଥାଏ।